‘ମେଡିସିନ୍‌ ଫ୍ରମ ଦ ସ୍କାଏ’: ପ୍ରଥମ ଥର ଡ୍ରୋନ୍‌ରେ ମେଡିସନ୍‌ ସପ୍ଲାଏ, ସମଗ୍ର ଦେଶରେ ଲାଗୁ କରିବାକୁ ଯୋଜନା

Published By : Prameya-News7 Bureau | September 11, 2021 IST

ହାଇଦ୍ରାବାଦ ୧୧/୦୯: ଘରେ ମେଡିସନ୍‌ ପହଞ୍ଚାଇବ ଡ୍ରୋନ୍‌ । ଶନିବାର ‘ମେଡିସନ୍‌ ଫ୍ରମ୍‌ ଦି ସ୍କାଏ’ ପ୍ରୋଜେକ୍ଟ ତେଲେଙ୍ଗାନାରେ ଆରମ୍ଭ ହୋଇଛି। ଏହି ସମୟରେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରୋଜେକ୍ଟ ଜରିଆରେ ଡ୍ରୋନ୍‌ର ବ୍ୟବହାର କରି ଔଷଧ ଏବଂ ଭ୍ୟାକସିନ୍‌ ଡେଲିଭରି କରାଯିବ ବୋଲି ସିନ୍ଧିଆ କହିଛନ୍ତି।

ସେ କହିଛନ୍ତି, ଏହି ସମୟରେ ପାଇଲଟ୍‌ ପ୍ରୋଜେକ୍ଟ ଜରିଆରେ ଏହାକୁ ତେଲେଙ୍ଗାନାର ୧୬ ଗ୍ରୀନ ଜୋନ୍‌ରେ ଆରମ୍ଭ କରାଯାଇଛି। ପରେ ଡାଟାକୁ ନେଇ ପୂରା ଦେଶରେ ଏହି ପ୍ରୋଜେକ୍ଟ ଆରମ୍ଭ ହେବ। ‘ମେଡିସିନ୍‌ ଫ୍ରମ ଦି ସ୍କାଏ’ ପ୍ରେଜେକ୍ଟ ତେଲେଙ୍ଗାନରେ ଆରମ୍ଭ ହୋଇଛି । ୨ ମାସ ପରେ ଏହାର ଡାଟା ବିଶ୍ଳେଷଣ କରାଯିବ। ଏହା ପରେ ବେସାମରିକ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇଟି ମନ୍ତ୍ରାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଶି ଏକ ଦେଶ ପାଇଁ ଏକ ମଡେଲ୍‌ ପ୍ରସ୍ତୁତ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ପାଇଁ ଆଜି ଡ୍ରୋନ୍‌ ପଲିସି ପ୍ରସ୍ତୁତ ହେବା ସହ ଲାଗୁ ହୋଇଛି ବୋଲି ସିନ୍ଧିଆ କହିଛନ୍ତି। ଏବେ ଇଣ୍ଟରଆକ୍ଟିଭ୍‌ ଏରୋସ୍ପେସ୍‌ ମ୍ୟାପ୍‌ ତିଆରି କରାଯାଉଛି। ଏହି ମ୍ୟାପ୍‌ ଜରିଆରେ ରାଜ୍ୟର ସହାୟତା କ୍ରମେ ବିଭିନ୍ନ ରାଜ୍ୟରେ ଜୋନ ଚିହ୍ନଟ ହେଉଛି ବୋଲି ସେ କହିଛନ୍ତି। ପାଇଲଟ୍‌ ପ୍ରୋଜେକ୍ଟ ମାଧ୍ୟମରେ ଆରମ୍ଭ ହୋଇଥିବା ମେଡିସନ୍‌ ଫ୍ରମ୍‌ ଦି ସ୍କାଏ ବିକରାବାଦ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.