ବିଦ୍ୟାଳୟ ପରିସରରେ ଥିବା ଏକ ପରିତ୍ୟକ୍ତ ପାଣି ଟାଙ୍କିରେ ପଡିଛି ଗଦା ଗଦା ସରକାରୀ ଔଷଧ

Published By : Prameya-News7 Bureau | August 10, 2019 IST

ବ୍ରହ୍ମପୁର ୧୦|୮: ବିଦ୍ୟାଳୟ  ପରିସରରେ ଥିବା ଏକ ପରିତ୍ୟକ୍ତ ପାଣି ଟାଙ୍କିରେ  ପଡିଛି  ଗଦା ଗଦା  ସରକାରୀ ଔଷଧ । କୃମି ନାଶକ ଖାଇବା ପରେ  ବିଦ୍ୟାଳୟରେ  ୮ଜଣ ପିଲା  ଅସୁସ୍ଥ ହୋଇପଡିଥିଲେ । ଶେଷରେ ପିଲାଙ୍କୁ ଅକ୍ସିଜେନ ଦେବାକୁ  ପଡିଥିଲା।  ଏ ଘଟଣା ପରେ  ଖୋଦ୍ ବିଇଓ  ଅଫିସ ପରିସରରେ  ଥିବା  ଗୌଡ଼ ସାହି  ପ୍ରାଥମିକ  ବିଦ୍ୟାଳୟର ଏକ ପରିତ୍ୟକ୍ତ ପାଣିଟାଙ୍କିରେ ପଡିଛି ପିଲାଙ୍କ ପାଇଁ  ଆସିଥିବା  ଔଷଧ । ଏହାକୁ ନେଇ  ଏବେ  ଅଂଚଳରେ  ଚହଳ ପଡିଛି । ବିଦ୍ୟାଳୟରେ  କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ  କମ୍ ଦିନ ହେଲା  ଦାୟିତ୍ବ  ନେଇଥିବାରୁ  ସେ  ଏ ବିଷୟରେ  ଜାଣି ନଥିବା  କହିଛନ୍ତି ।  

{"id":142858}

ପ୍ରଶ୍ନ ଉଠୁଛି  କିଏ ଫିଙ୍ଗିଛି  ଏସବୁ  ସରକାରୀ ଔଷଧ ? କୋଉଠୁ ଆସିଲା ଏହି ଔଷଧ ?  ସ୍ବାସ୍ଥ୍ୟ ବିଭାଗ ବା ଶିକ୍ଷା ବିଭାଗ କର୍ମଚାରୀ ଙ୍କ ବିନା ଜ୍ଞାତସାରରେ କିଭଳି  ପଡିଲା  ଏତେ  ଔଷଧ ?  ବଣ୍ଟା ଗଲାନି  କାହିଁକି ? ଏହାର ତଦନ୍ତ କରାଯିବାକୁ  ଦାବି ହୋଇଛି ।

{"id":142860}

ଖବର ପାଇ  କବିସୂର୍ଯ୍ୟନଗର  ସରକାରୀ ଡାକ୍ତର ବିଦ୍ୟାଳରେ ପହଂଚି  ପଡ଼ିଥିବା ଔଷଧ  ସଂଗ୍ରହ କରି ଥିଲେ । ଏସବୁ ଏକ୍ସପାୟରି  ଔଷଧ ଓ  ସ୍କୁଲ କ୍ଲଷ୍ଟରଗୁଡିକୁ ଦିଆଯାଇଥିବା  କହିଥିଲେ । ସପ୍ତାହରେ ଥରେ ପିଲାଙ୍କୁ ଦିଆଯିବାକୁ ସ୍ବାସ୍ଥ୍ୟ ବିଭାଗ  ଦେଇଥାଏ । ଏସବୁ ଶିକ୍ଷା ବିଭାଗର କାମ  ବୋଲି  ଡାକ୍ତର  ପ୍ରତିକ୍ରିୟାରେ  କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.