ଘୁଙ୍ଗୁଡ଼ି ପାଇଁ ଚିନ୍ତିତ କି ? ଖୁବ ଶୀଘ୍ର ବଜାରକୁ ଆସିବ ଔଷଧ

Published By : Prameya-News7 Bureau | November 15, 2020 IST

ଭୁବନେଶ୍ୱର ୧୫/୧୧ : ଘୁଙ୍ଗୁଡ଼ି ଏମିତି ଏକ ଜିନିଷ ଯାହାକୁ ନିୟନ୍ତ୍ରଣ କରାଯାଇ ପାରିବନାହିଁ। ଶୋଇବା ସମୟରେ ମଣିଷ ଶରୀର ସମ୍ପୂର୍ଣ ଶାନ୍ତ ହୋଇଗଲେ ଘୁଙ୍ଗୁଡ଼ି ଆରମ୍ଭ ହୋଇଯାଇଥାଏ। ଘୁଙ୍ଗୁଡ଼ି ଯୋଗୁଁ ପାଖରେ ଶୋଇଥିବା ବ୍ୟକ୍ତି ହଇରାଣ ହୁଅନ୍ତି। ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି ତାଙ୍କ ପାଖେ ଶୋଇଲେ ଭଲ ନିଦ ହୁଏନାହିଁ। ଘୁଙ୍ଗୁଡ଼ି ଯୋଗୁଁ ନିଦ ଖରାପ ହୋଇଥାଏ। ଘୁଙ୍ଗୁଡ଼ିରୁ ମୁକ୍ତି ପାଇବା ପାଇଁ ଖୁବ ଶୀଘ୍ର ଏକ ଔଷଧ ଆସିବାର ଅଛି।

ଘୁଙ୍ଗୁଡ଼ି ମାରିବା ସାଧାରଣତଃ ସ୍ଲିପ ଏପନିୟାର ପରିଣାମ। ଘୁଙ୍ଗୁଡ଼ି ସାଧାରଣତଃ ମୋଟା ଲୋକ ମାରିଥାନ୍ତି। ସ୍ଲିପ ଏପନିୟା ଏକ ବିକାର ଯେଉଁଥିପାଇଁ ଘୁଙ୍ଗୁଡ଼ି ଆସିଥାଏ। ଯେତେବେଳେ ଜଣେ ବ୍ୟକ୍ତି ଶୋଇଥାଏ ବାୟୁମାର୍ଗର ମାଂସପେଶୀକୁ ଆରାମ ମିଳିଥାଏ। କିନ୍ତୁ ସ୍ଲିପ ଏପନିୟାରେ ପୀଡିତ ବ୍ୟକ୍ତିଙ୍କ ମାମଲାରେ ଏହି ମାଂସପେଶୀ ସମ୍ପୂର୍ଣ ଧ୍ୱସ୍ତ ହୋଇଯାଏ। ଯେଉଁଥିପାଇଁ ବାୟୁ ଗଳାରେ ଏକ ଛୋଟ ଅନ୍ତରାଳରେ ବାହାରକୁ ଆସିଥାଏ ଯାହା ଘୁଙ୍ଗୁଡ଼ିର ରୂପ ନେଇଥାଏ। ଘୁଙ୍ଗୁଡ଼ି ଯୋଗୁଁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇପାରେ।

{"id":362093,"sizeSlug":"large"}

ଆମେରିକାର ବୋଷ୍ଟନର ବ୍ରିଘମ ଓ ମହିଳା ହସ୍ପିଟାଲରେ ୨୦୧୮ ମସିହାରେ ଗବେଷକମାନେ ୨୦ ଜଣଙ୍କୁ ନେଇ ଏକ ଗବେଷଣା କରିଥିଲେ ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି। ଗବେଷକମାନେ ଏମାନଙ୍କୁ ଦୁଇଟି ଔଷଧ ଦେଇଥିଲେ। ଏହି ଔଷଧ ସେବନ ପରେ ଏମାନଙ୍କ ମଧ୍ୟରେ ସୁଧାର ଆସିଥିଲା। ଦୁଇଟି ଔଷଧର ଗୋଟିଏ ହେଲା ଏଟମାକ୍ସିଟାଇନ। ଗତ ୨୦ ବର୍ଷ ହେଲା ଏହି ଔଷଧ ସେହି ଶିଶୁମାନଙ୍କୁ ଦିଆଯାଉଛି ଆଟେନ୍ସନ ଡେଫିସିଟ ହାଇପରଆକ୍ଟଭିଟି ଡିସଅର୍ଡର (ADHD) ପୀଡିତ ହୋଇଥାନ୍ତି।

ଅନ୍ୟ ଔଷଧ ହେଲା ଅକ୍ସିସିବ୍ୟୁଟିନିନ୍। ଯେଉଁମାନଙ୍କ ପରିସ୍ରା ନିୟନ୍ତ୍ରଣ ହୋଇନଥାଏ ସେମାନଙ୍କୁ ଏହି ଔଷଧ ଦିଆଯାଏ। ଏହି ଦୁଇଟି ଔଷଧ ମାଂସପେଶୀ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଗବେଷଣାରେ ସାମିଲ ହୋଇଥିବା ଲୋକଙ୍କୁ ଏକ କମ୍ବିନେସନ ଦିଆଯାଇଥିଲା। ଏହାର ପରିଣାମ ବହୁତ ଭଲ ଥିଲା। ଗବେଷଣାରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରେ ସୁଧାର ଦେଖିବାକୁ ମିଳିଥିଲା।

{"id":362096,"sizeSlug":"large"}

ବର୍ତ୍ତମାନ AD109 କୋଡ଼ ନାମର ନୂଆ ଔଷଧ ଏହି ଦୁଇ ଔଷଧର ସଂଯୋଜନ। ଏକ ଆମେରିକା ଫାର୍ମ ଏହି ଔଷଧ ତିଆରି କରୁଛି। ଏହାର ଏକ କ୍ଲିନିକାଲ ପରୀକ୍ଷଣ କରାଯାଉଛି। ଏହି ଦୁଇଟି ଔଷଧର ଅଲଗା ଅଲଗା ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ସେଥିପାଇଁ ଏହି ଔଷଧ ଉପରେ ଅଧିକ ଅଧ୍ୟୟନ କରିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.