Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଔଷଧ ଫ୍ୟାକ୍ଟ୍ରିରେ ଟାଙ୍କି ସଫା କରୁଥିବା ବେଳେ ୫ ଶ୍ରମିକ ମୃତ, ଜଣଙ୍କୁ ବଞ୍ଚାଇବାକୁ ଯାଇ ଗଲା ୪ ଜୀବନ

7/11/2021 at 9:49 PM

ଗାନ୍ଧୀନଗର ୦୭/୧୧: ଗୁଜୁରାଟର ଗାନ୍ଧୀନଗର ଜିଲ୍ଲା ଅନ୍ତର୍ଗତ ସାଂତେଜ କ୍ଷେତ୍ରରେ ଏକ ଔଷଧ  ଫ୍ୟାକ୍ଟ୍ରିରେ  ଅଘଟଣ  ଘଟିଛି। ପାଣି ଟାଙ୍କି  ସଫା କରୁଥିବା ବେଳେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରିସାଇକେଲ୍‌ ଟ୍ୟାଙ୍କ ସଫା କରୁଥିବା ବେଳେ ଜଣେ ଶ୍ରମିକ ହାନିକାରକ ଗ୍ୟାସ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୪ ଜଣଙ୍କ ମଧ୍ୟ ଜୀବନ ଯାଇଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ, ଖାତ୍ରଜ ଗାଁ ନିକଟରେ ଥିବା ତୁସ୍ୟନ୍ତ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଔଷଧ  ଫ୍ୟାକ୍ଟ୍ରିରେ ଏହି ଦୁର୍ଘଟଣା ଘଟିଛି। ଶନିବାର ଇଟିପି ପ୍ଲାଣ୍ଟରେ ଦୂଷିତ ପାଣି ସଫା କରୁଥିବା ବେଳେ ରିସାଇକେଲ୍‌ ଟ୍ୟାଙ୍କରେ ଜଣେ ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୫ ମୃତକଙ୍କ ଶବ ଟାଙ୍କିରୁ ବାହାର କରିଛି।

ମୃତକମାନେ ହେଉଛନ୍ତି, ବିନୟ କୁମାର, ସୁଶିଭାଇ ଗୁପ୍ତା, ଦେବେନ୍ଦ୍ର କୁମାର, ଅନିଶ କୁମା ଏବଂ ରାଜ କୁମାର । ସେମାନେ ସମସ୍ତେ କମ୍ପାନୀର କର୍ମଚାରୀ ଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।    

   Related Posts