ନାଁ ‘ସତ୍ୟାନାଶୀ’ କିନ୍ତୁ ମଣିଷ ପାଇଁ ‘ସଞ୍ଜିବନୀ’: ଡାଇବେଟିସ୍, ପୋଲିଓ, ଅଲ୍‌ସର, ଆଖି ରୋଗ ପାଇଁ ଅବ୍ୟର୍ଥ ଔଷଧ

Published By : Prameya-News7 Bureau | October 18, 2020 IST

ଭୁବନେଶ୍ବର ୧୭/୧୦: ‘ସତ୍ୟାନାଶୀ’ ଏମିତି ନାଁ ଶୁଣିଲେ କେହି କେବେ ଭାବି ପାରିବେନି ଏହା ମଣିଷ ପାଇଁ ‘ସଞ୍ଜିବନୀ’ ବୋଲି। ଏମିତି ଏକ ଗଛ ‘ସତ୍ୟାନାଶୀ’ ଯାହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ। କେବଳ ପତ୍ର ନୁହେଁ ଏହା ମଞ୍ଜି ବି ମଣିଷ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ରାସ୍ତା କଡ଼ରେ ‘ସତ୍ୟାନାଶୀ’ ବୃକ୍ଷ ଦେଖିବାକୁ ମିଳୁଥିଲେ ହେଁ କାହିଁ କେତେ କାଳରୁ ମଣିଷ ବ୍ୟାଧିର ଉପଚାରରେ ଲାଗି ଆସୁଛି। ଏଥିରେ ଆଣ୍ଟିଡାଇବେଟିକ୍‌, ଆନାଲ୍‌ଜେସିକ୍‌, ଆଣ୍ଟିଇନ୍‌ଫ୍ଲାମାଟୋରି, ଆଣ୍ଟିସ୍ପାସ୍‌ମୋଡିକ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି। ଯାହାକି ମଣିଷ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ।

 ନ୍ୟୁଜ୍‌ ୧୮ ଦ୍ବାରା ପ୍ରକାଶିତ ରିପୋର୍ଟରେ ଡାକ୍ତର ଲକ୍ଷ୍ମୀଦତ୍ତ ଶୁକ୍ଳାଙ୍କ ମତରେ, ‘ସତ୍ୟାନାଶୀ’ର ଏମିତି ଏକ ଗୁଣ ଅଛି ଯା କୋଷ୍ଠ କାଠିନ୍ୟ ଭଲ କରିବାରେ ସହାୟକ ହୁଏ। ଏହା ବ୍ୟତୀତ ‘ସତ୍ୟାନାଶୀ’ ଚର୍ମ, ଆଖି, କାସ, ପୋଲିଓ ରୋଗ ଭଲ ପାଇଁ ଏକ ଅବ୍ୟର୍ଥ ଔଷଧ।

ତ୍ବଚା ପାଇଁ ଉପକାରୀ
ତ୍ବଚା ସମ୍ବନ୍ଧୀୟ ରୋଗ ପାଇଁ ‘ସତ୍ୟାନାଶୀ’ ବେଶ ଉପଯୋଗୀ। ‘ସତ୍ୟାନାଶୀ’ ପାଉଡରରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି। ଯାହାର ବ୍ୟବହାର ବିଭିନ୍ନ  ଚର୍ମ ରୋଗର ଉପଚାର ପାଇଁ କରାଯାଏ।

ମୁତ୍ର ସମ୍ବନ୍ଧୀୟ ଅସୁବିଧା
‘ସତ୍ୟାନାଶୀ’ ପତ୍ରରେ ମୂତ୍ର ବର୍ଦ୍ଧକ ଶକ୍ତି ରହିଛି। ମୂତ୍ର ନଳୀରେ କିଛି ଅସୁବିଧା ହେଲେ ଏହାର ବ୍ୟବହାର କରାଯାଏ। ଏପରିକି ମୂତ୍ର ପଥରେ ଜ୍ବଳନ ହେଲେ ଏହାର ବ୍ୟବହାର କରାଯାଏ ।

ଆସ୍ଥମା ଉପଚାର ପାଇଁ ଉପକାରୀ
ଶ୍ବାସ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ‘ସତ୍ୟାନାଶୀ’ ଚେର ବ୍ୟବହାର କରାଯାଏ। ଛାତିରେ କଫ ଜମାଟ ବାନ୍ଧି କଷ୍ଟ ଅନୁଭବ ହେଲେ ଏହା କାମରେ ଆସେ। ଏହା କାଶରୁ ମୁକ୍ତି ଦୋବରେ ମଧ୍ୟ ସହାୟକ ହୁଏ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ
‘ସତ୍ୟାନାଶୀ’ ପତ୍ରର ରସରେ ଶରୀରର ରକ୍ତ ଶର୍କରା କମ୍‌ କରିବାରେ ବ୍ୟବହାର କରାଯାଏ। ଏହାକୁ ପ୍ରତିଦିନ ବ୍ୟବହାର କଲେ ଶରୀରରେ ସୁଗାର ଲେବଲ୍‌ ସନ୍ତୁଳିତ ରହେ।

ଅଲ୍ସର ବିନାଶକାରୀ
‘ସତ୍ୟାନାଶୀ’ ପାଉଡର ଅଲସ୍‌ର ଉପଚାରରେ ଲାଗେ। ଖାଇବା ସମୟରେ ଏହି ପାଉଡର ସେବନ କରିବା ଦ୍ବାରା ଆରାମ ମିଳେ।

ପୋଲିଓ ଦୂର କରେ
‘ସତ୍ୟାନାଶୀ’ ଗଛର ରସ ପୋଲିଅ ଦୂର କରିବାରେ ସାହାଯ୍ୟ କରେ। ଏପରିକି ଏହି ରସରୁ ୮-୧୦ ଟୋପା ପାଣିରେ ମିଶାଇ ପିଇଲେ ପୋଲିଓ ରୋଗ ମୂଳରୁ ନାଶ ହୁଏ ବୋଲି ଡାକ୍ତର ମତ ଦେଇଛନ୍ତି।

ଆଖି ରୋଗ ପାଇଁ
ଆଖି ରୋଗ ଭଲ କରିବା ପାଇଁ ‘ସତ୍ୟାନାଶୀ’ର ବ୍ୟବହାର କରାଯାଏ। ‘ସତ୍ୟାନାଶୀ’ ଗଛର ରସ ଓ ଗୋଲାପ ଜଳର ମିଶ୍ରଣ ପ୍ରସ୍ତୁତ କରି ବ୍ୟବହାର କଲେ ଗ୍ଲୋକମା ରୋଗ ଭଲ ହୁଏ ବୋଲି କୁହାଯାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.