ଏହି ପତ୍ର ଦ୍ୱାରା ହାଡ ଓ ଗଣ୍ଠି ସମସ୍ୟାର ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇଥାଏ

Published By : Prameya-News7 Bureau | March 09, 2019 IST

wp:heading {"level":5}
ଆଜିର ଏହି ଧାଁ ଦୌଡ ଜୀବନରେ ଲୋକେ ନିଜ ସ୍ୱାସ୍ଥର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖିପାରନ୍ତି ନାହିଁ। ପ୍ରାୟତଃ ଅଧିକାଂଶ ଲୋକେ କିଛି ନା କିଛି ରୋଗରେ ପିଡୀତ । ରୋଗରୁ ଶୀଘ୍ର ମୁକ୍ତ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଆନ୍ତି। ଔଷଧ ଖାଇ ରୋଗ ଠିକ୍‌ ହୋଇଥାଏ ସତ କିନ୍ତୁ ଅନେକ ସାଇଡଇଫେକ୍ଟ ଥାଏ। ପ୍ରାକୃତିକ ଔଷଧ ଖାଇଲେ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଗଣ୍ଠି ରୋଗ, ଆଣ୍ଠୁରେ ଥିବା ଦାଗ ଭଳି ରୋଗ ପ୍ରାକୃତିକ ଉପଚାର ଦ୍ୱାରା ଠିକ୍‌ ହୋଇପାରେ।  
/wp:heading {"id":92003,"width":594,"height":446}
wp:heading {"level":5}
ଗଙ୍ଗଶିଉଳି ଫୁଲର ଗଛ ବହୁତ ବଡ ଥାଏ। ଏହି ଗଛର ଫୁଲ ସୁଗନ୍ଧିତ ହୋଇଥାଏ। ଗଛ ହଲିଲେ ଗଙ୍ଗଶିଉଳି ଫୁଲ ଝଡିଯାଏ। ଝରା ଗଂଗଶିଉଳି ଠାକୁରଙ୍କୁ ଲାଗି କରାଯାଏ । ତେବେ ଗଙ୍ଗଶିଉଳି ପତ୍ରର ଅନେକ ଔଷଧିୟ ଗୁଣ ଅଛି। ଏହି ଗଛର ୫ଟି ପତ୍ରର ଚଟଣୀ ତିଆରି କରି ଗୋଟେ ଗ୍ଲାସ ପାଣିରେ ମିଶାଇ ପିଇବା ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ଗଣ୍ଠି ସମସ୍ୟା ଦୂର ହୋଇଥାଏ।
/wp:heading {"id":92004,"width":593,"height":394}
wp:heading {"level":5}
ସାଧାରଣତଃ ବୟସ୍କ ଲୋକଙ୍କ ହାଡ ଗଣ୍ଠିରେ କଷ୍ଟ ହୋଇଥାଏ। ତେଣୁ ଏହି କଷ୍ଟ ଦୂର କରିବା ପାଇଁ ଗଙ୍ଗଶିଉଳିର ୧୦-୧୨ଟି ପତ୍ର ଶିଳରେ ବାଟି ଗୋଟେ ଗ୍ଲାସ ପାଣିରେ ଫୁଟାଇବା ଆବଶ୍ୟକ। ଫୁଟିଲା ପରେ ପାଣିକୁ ଥଣ୍ଡାକରି, ନଛାଣି ପିଇଲେ ଏହି କଷ୍ଟରୁ ମୁକ୍ତି ମିଳିଥାଏ। ଏହି ପ୍ରତିକ୍ରିୟା ଲଗାତାର ୯୦ ଦିନ କଲେ ହାଡ ଗଣ୍ଠି ସମସ୍ୟାର ସମାଧାନ ହୋଇଥାଏ।
/wp:heading {"id":92007,"width":590,"height":441}
wp:heading {"level":5}
ଏହି ପତ୍ରର କାଢା ତିଆରି କରି ପ୍ରତ୍ୟେକ ଦିନ ପିଇବା ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ। ଅଧିକ କେଶ ଝଡିବା ସମସ୍ୟା ଥିଲେ ଏହି ପତ୍ରର ମଞ୍ଜିକୁ ପାଣି ସହ ପେଶି ମୁଣ୍ଡରେ ଲଗାଇଲେ ନୂଆ ଚୁଟି ଉଠେ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.