ଆଟେଣ୍ଡାଣ୍ଟଙ୍କୁ ମାଡ ମାରିବା ପ୍ରତିବାଦରେ ଡାକ୍ତରଖାନା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Published By : Prameya-News7 Bureau | June 06, 2019 IST

ଆନନ୍ଦପୁର ୬|୬: ଆନନ୍ଦପୁର ଉପଖଣ୍ଡ ହାଟଡିହି ସରକାରୀ ଡାକ୍ତରଖାନା କର୍ମଚାରୀମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତକାଲି ସନ୍ଧ୍ୟାରେ ଡାକ୍ତରଖାନାର ଜଣେ କର୍ତ୍ତବ୍ୟରତ ଆଟେଣ୍ଡାଣ୍ଟଙ୍କୁ ଜଣେ ଯୁବକ ଗାଳିଗୁଲଜ କରିବାସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ସଂପୃକ୍ତ ଯୁବକକୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟପଟେ କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀ ମାନେ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ସୁରକ୍ଷା ଦାବି କରି ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଯେପର୍ଯ୍ୟନ୍ତ ସୁରକ୍ଷା ନମିଳିଛି ସେପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିବ ବୋଲି କହିଛନ୍ତି କର୍ନଚାରୀ ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.