ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ଡାକ୍ତର, ନର୍ସ: ପିପିଇ କିଟରେ ଭର୍ତ୍ତି ହୋଇଯାଉଛି ପାଣି ଭଳି ଝାଳ

Published By : Prameya-News7 Bureau | August 13, 2020 IST

ବେଜିଙ୍ଗ ୧୩/୦୮ : କରୋନା ସଂକ୍ରମଣ ସାରା ଦୁନିଆକୁ କବଳିତ କରିଛି | ପାଖାପାଖି ୨ କୋଟିରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି | ୭ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସରେ ପ୍ରାଣ ହରାଇ ସାରିଛନ୍ତି | ଏହି ମହାମାରୀ ସମୟରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି | ସ୍ୱାସ୍ଥ୍ୟକର୍ମୀଙ୍କ ଏହି ସେବା ଓ ବଳିଦାନକୁ ବର୍ଣ୍ଣନା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି |

wp:core-embed/twitter {"url":"https://twitter.com/MailOnline/status/1293766551108231168","type":"rich","providerNameSlug":"twitter","className":""}
https://twitter.com/MailOnline/status/1293766551108231168
/wp:core-embed/twitter

ଡେଲି ମେଲ ଖବର ଅନୁଯାୟୀ, ଚୀନର ଏକ କୋଭିଡ-୧୯ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଛି | ନିଜର ସିଫ୍ଟ ସାରିବା ପରେ ଜଣେ ଡାକ୍ତର ନିଜର ପିପିଇ କିଟ ଖୋଲିବା ସମୟରେ କିଟରୁ ଲିଟର ଲିଟର ଝାଳ ବାହାରୁଥିବା ଭିଡିଓରେ ଦେଖିବାକୁ ମିଳିଛି | ଏହି ଭିଡିଓକୁ ଚାଇନା ସୋସିଆଲ ମିଡ଼ିଆରେ ଅନେକ ଲୋକ ସେୟାର କରିଛନ୍ତି | ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ବଳିଦାନ ପାଇଁ ଲୋକେ ସେମାନଙ୍କୁ 'ରିୟଲ ହିରୋ' ବୋଲି କହୁଛନ୍ତି | 

ଚାଇନାର ଶିନଜିଆଙ୍ଗର ଭିଡିଓ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ନର୍ଥ-ୱେଷ୍ଟ ଚୀନର ଶିନଜିଆଙ୍ଗ ଅନ୍ତର୍ଗତ ଓରୁମକି ସହରର ଏକ ହସ୍ପିଟାଲର | ଭିଡିଓରେ ଜଣେ ମହିଳା ଡାକ୍ତର ଡ୍ୟୁଟି ସାରି ପିପିଇ କିଟ ବାହାର କରିବା ସମୟରେ କିଟ ଭିତରୁ ପାଣି ଭଳି ଝାଳ ବାହାରୁଥିବା ଦେଖିବାକୁ ମିଳିଛି | 

wp:core-embed/twitter {"url":"https://twitter.com/i/status/1293064604575293440","type":"rich","providerNameSlug":"twitter","className":""}
https://twitter.com/i/status/1293064604575293440
/wp:core-embed/twitter

ଡାକ୍ତରଙ୍କ ପ୍ଲାଷ୍ଟିକ ଜୋତାରେ ଏହି ଝାଳ ଭର୍ତ୍ତି ହୋଇ ରହିଥିଲା | ଗରମ ଦିନରେ ପିପିଇ କିଟ ପିନ୍ଧିବା କୌଣସି ଅଗ୍ନି ପରୀକ୍ଷା ଠାରୁ କମ ନୁହେଁ | ଏହାକୁ ପିନ୍ଧି ଡାକ୍ତର ନର୍ସ ଘଣ୍ଟା ଘଣ୍ଟା ଧରି ପାଣି ମଧ୍ୟ ପିଇ ପାରନ୍ତି ନାହିଁ | ସାରା ଦୁନିଆରେ କରୋନା ମହାମାରୀ ଯୋଗୁଁ ବିଷମ ପରିସ୍ଥିତିରେ ଆଗଧାଡିର ଯୋଦ୍ଧା ସାଜି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.