Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅମାନବୀୟ : ଗୁରୁତର ରୋଗୀଙ୍କୁ ବେଡ୍‌ରେ ବାନ୍ଧି ପକାଇଦେଲେ ଡାକ୍ତରଖାନା କର୍ମଚାରୀ !

30/11/2019 at 3:32 PM

ସୋର ୩୦।୧୧: ସୋର ଡାକ୍ତରଖାନାରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଖାନା ମୁଖ୍ୟ ଫାଟକ ବାହାରେ ପଡିଥିଲେ ଜଣେ ଗୁରୁତର ରୋଗୀ । ତାଙ୍କୁ କର୍ମଚାରୀ ଉଠାଇ ନେଇ ବେଡରେ ଦୁଇ ହାତକୁ ବାନ୍ଧି ଦେଲେ । ଯାହା ମାନବିକତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ ଯେ, ଗତ ୫ ଦିନ ତଳେ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ସୋର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଯାହାଙ୍କର ପରିଚୟ ମିଳିନଥିଲା । ତେବେ ଆଜି ଦିନ ୧ଟା ବେଳେ ରୋଗୀ ଜଣଙ୍କ ଡାକ୍ତରଖାନାର ମୁଖ୍ୟ ଫାଟକ ନିକଟରେ ତଳେ ପଡିଥିବାର ଦେଖାଯାଇଥିଲା । ସିକ୍ୟୁରିଟି କର୍ମଚାରୀ ତାଙ୍କୁ ଉଠାଇ ନେଇ ବେଡରେ ଶୁଆଇଦେଇ ଦୁଇ ହାତକୁ ବାନ୍ଧି ଦେଇଥିଲେ। ରୋଗୀର ମୁଣ୍ଡକୁ ଖଟରୁ ବାହାର କରି ଅତି ଅମାନୁଷିକ ଭାବେ ଦୁଇ ହାତକୁ ବେଡରେ ବାନ୍ଧି ଦେଇଥିଲେ। ଦୁର୍ଘଟଣାରେ ମୁଣ୍ଡରେ ମାଡ ହୋଇଥିବା ଜଣେ ରୋଗୀଙ୍କ ପ୍ରତି ଏଭଳି ଆଚରଣ ମାନବିକତା ଉଲଂଘନ ହୋଇଥିବାର ସାଧାରଣରେ ଆଲୋଚନା ହେଉଛି ।

ତେବେ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କାଶୀନାଥ ପଣ୍ଡା ଘଟଣା ସଂପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ମେଡିକାଲର ଜଣେ ରେଡିଓଗ୍ରାଫର କହିଛନ୍ତି ରୋଗୀ ଜଣଙ୍କ ୬ ଥର ବାହାରେ ଆସି ଶୋଇଲେଣି । ସେ ମଦ ମଧ୍ୟ ପିଇଛନ୍ତି । ପ୍ରଶ୍ନ ଉଠୁଛି ଜଣେ ଗୁରୁତର ତଥା କଥା କହି ପାରୁନଥିବା ରୋଗୀ କିପରି ବାହାରକୁ ଗଲେ ଏବଂ ମଦ ପିଇଲେ ।

   Related Posts