Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଜୀବନ ସହ ସଂଗ୍ରାମ କରୁଛି ଅସୁସ୍ଥ ମାଈ ହାତୀ, ସ୍ବତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା

27/09/2019 at 11:48 AM

ବାଙ୍କୀ ୨୭।୯: ଚନ୍ଦକା-ଡମପଡା ଅଭୟାରଣ୍ୟରେ ଜୀବନ ସହ ସଂଗ୍ରାମ କରୁଛି ଅସୁସ୍ଥ ହାତୀ । ଡମପଡା ବ୍ଲକ୍ ଅନ୍ତର୍ଗତ ବାଆଁରା ଗାଁ ନିକଟ ବିଲରେ ୨ ଦିନ ହେଲା ଅସୁସ୍ଥ ହୋଇ ପଡିରହିଛି ଏକ ମାଈ ହାତୀ । ଖବରପାଇ ଘଟଣାସ୍ଥଳରେ ଡମପଡା ବନକର୍ମଚାରୀଙ୍କ ସହ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ଏହାସହ ଆସାମ ଡାକ୍ତରୀ ଟିମଙ୍କ ସହ ଭୁବନେଶ୍ବରରୁ ୧୦ ଜଣିଆ ଟିମ୍ ଆସି ପହଁଞ୍ଚି ଚିକିତ୍ସା ଚଳାଇଛନ୍ତି । 

ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଜଙ୍ଗଲରୁ ୧୩ ଟିକିଆ ହାତୀ ପଲ ଡମପଡା ପଟକୁ ଆସିଥିଲେ । ହେଲେ ଏକ ମାଈ ହାତୀ ଅସୁସ୍ଥ ହୋଇ ବିଲ ମଝିରେ ପଡିଯାଇଥିଲା । ଅନ୍ୟ ହାତୀମାନେ ଜଙ୍ଗଲକୁ ପଳାଇଯାଇଛନ୍ତି । ସେପଟେ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଧାନ ଓ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

   Related Posts