ଡାକ୍ତରୀ ଛାତ୍ର ଏବେ ଆଉ ମୃତଦେହ ଡିସେକ୍ସନ କରିବା ଦର୍କାର ନାହିଁ, ଭୀମସାର ମେଡିକାଲ କଲେଜରେ ଆରମ୍ଭ ହେଲା ଥ୍ରୀ-ଡି ମେସିନ୍ ମାଧ୍ୟମରେ ଶିକ୍ଷାଦାନ

Published By : Prameya-News7 Bureau | July 17, 2019 IST

ସମ୍ବଲପୁର୧୭|୭: ୩ଡି ମେସିନ୍‌ ମାଧ୍ୟମରେ ବୁର୍ଲା ମେଡିକାଲ୍‌ର ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଆମେରିକାରେ ନିର୍ମିତ ଏହି ମେସିନ୍‌ ଏବେ ଭୀମ୍‌ସାର ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ । ରାଜ୍ୟରେ ପ୍ରଥମ କରି ଭୀମସାରର ଛାତ୍ରଛାତ୍ରୀ ଏହି ସୁବିଧା ପାଇଛନ୍ତି । ଅନେକ ସମୟରେ ମୃତ ଦେହ ମିଳିବାରେ ଅସୁବିଧା ହୁଏ । ଛାତ୍ରଛାତ୍ରୀମାନେ ବି ମଣିଷ ଶରୀରକୁ ଡିସେକ୍ସନ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଆଉ ଏହି ୩ଡି  ମେସିନ୍ ଏସବୁ ସମସ୍ୟା ଦୂର କରିପାରିବ ବୋଲି ଆଶା ।

{"id":134658}

୩ ଡି ମେସିନ୍ ମାଧ୍ୟମରେ ଚାଲିଛି ଶିକ୍ଷାଦାନ । ରାଜ୍ୟର ପ୍ରଥମ ଥର ପାଇଁ ବୁର୍ଲା ଭୀମସାର ଛାତ୍ରଛାତ୍ରୀ ଏହି ସୁବିଧା ପାଇଛନ୍ତି । ପୁର୍ବରୁ ମେଡିକାଲ୍‌ କଲେଜ୍‌କୁ ଦାନ କରାଯାଉଥିବା ମୃତଦେହକୁ, ଛାତ୍ରଛାତ୍ରୀମାନେ ଡିସେକ୍ସନ୍‌  କରୁଥିଲେ । ହେଲେ ମୃତଦେହକୁ କାଟି ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଦେଖିବା ସହ, ତାର କାର୍ଯ୍ୟ ଜାଣିବା କଷ୍ଟସାଧ୍ୟ ହେଉଥିଲା। ମୃତ ଶରୀର ଡିସେକ୍ସନ୍‌ କଲାବେଳେ  ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଯଦି ପୁର୍ବରୁ ନଷ୍ଟ ହୋଇଯାଇଥାଏ, ତେବେ ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ମନରେ ଅନେକ ସନ୍ଦେହ ରହିଯାଇଥାଏ । କିନ୍ତୁ, ୩ଡି ଭରଚ୍ୟୁଆଲ୍‌ ଆନାଟୋମୀ ଡିସେକସ୍ନନରେ ଏହି ସବୁ ସମସ୍ୟା ରହିବ ନାହିଁ ।  ସବୁଠୁ ବଡକଥା ହେଲା, ଏହି ୩ଡି  ଆନାଟୋମୀ ଡିସେକ୍ସନ୍‌ ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ତ ସନ୍ଦେହ ଦୂର ହେବା ପର୍ଯ୍ୟନ୍ତ ବାରମ୍ବାର ଦେଖିପାରିବେ ଓ ପଢିପାରିବେ ।  କିନ୍ତୁ  ମୃତ ଶରୀରରକୁ  ବାରମ୍ବାର ଡିସେକସନ କରିବା ସମ୍ଭବ ନୁହେଁ ।

{"id":134659}

ଆମେରିକାରେ ନିର୍ମିତ ଏହି ୩ଡି ମେସିନ୍‌ଟିର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ।  ଏହି ମେସିନ୍‌ରେ ୱିଣ୍ଡୋ-୧୦ ଲୋଡ୍‌ କରାଯାଇଛି । ଏହାସହ ଅତ୍ୟାଧୁନିକ ୩ଡି ସଫ୍ଟୱେୟାର ଲୋଡ୍‌ କରାଯାଇଛି। ଏହି ମେସିନ୍‌କୁ ଗୋଟିଏ ସ୍ଥାନରେ ରଖି, ଏହାର ଅପରେସନାଲ୍‌ ଟେକ୍ନୋଲୋଜି ମାଧ୍ୟରେ ବହୁଦୂରରେ ଏହାର ଭିଜୁଆଲ୍‌କୁ ଦେଖିହେବ ।  ଗୋଟିଏ ଶ୍ରେଣୀ କକ୍ଷରେ ଏହାକୁ ରଖାଯାଇ, ଅନ୍ୟ କ୍ଲାସ୍‌ରୁମ୍‌ ର ମନିଟରରେ ଏହାର ଭିଜୁଆଲ୍‌କୁ ଶେୟାର କରାଯାଇ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠ ପଢାଯାଇପାରିବ ।

{"id":134660}

ଏହି ୩ଡି ଭରଚୁଆଲ୍‌ ଆନାଟୋମୀ ମେସିନ୍‌ ନିଶ୍ଚିତ ରୂପେ, ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.