ସେଫଇ ମେଡିକାଲ କଲେଜରୁ ଏପରି ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ଝିଅର ଶବ, ଡ୍ୟୁଟି ପରେ କେହି ଦେଖିନଥିଲେ ତାଙ୍କୁ

Published By : Prameya-News7 Bureau | September 25, 2019 IST

ଇଟାୱା: ଉତ୍ତରପ୍ରଦେଶ ଇଟାୱା ସେଫଇ ମେଡିକାଲ କଲେଜ ହସ୍ପିଟାଲ ଛାତ୍ରାବାସରୁ ଛାତ୍ରୀଙ୍କ ଶବ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଛି। ପାଥୋଲଜି  ପିଜି ଦ୍ୱିତୀୟ ବର୍ଷର ଏହି ଛାତ୍ରୀ ଦୁଇ ଦିନ ଧରି ନିଜ କକ୍ଷର ଫ୍ୟାନରେ ଝୁଲି ରହିଥିଲେ ହେଁ କେହି ତାଙ୍କୁ ଦେଖିବି ନଥିଲେ। ଶବ ଉଦ୍ଧାର ହେବା ପରେ ପୋଷ୍ଟମର୍ଟମ କରାଯାଇଛି। ତାଙ୍କ ପିତା ଶବ ନେଇ ଗାଜିଆବାଦ ଚାଲିଯାଇଛନ୍ତି। ମୃତ ଛାତ୍ରୀ ଡା. ବନ୍ଦନା ଶୁକ୍ଲା ଭାବେ ଚିହ୍ନଟ ହୋଇଛନ୍ତି।

{"id":162715}

ଡା. ବନ୍ଦନା ଗାଜିଆବାଦ ପଶ୍ଚିମକ୍ଷେତ୍ର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ କୁମାର ଶୁକ୍ଲାଙ୍କ କନ୍ୟା ଥିଲେ। ସେ ପ୍ରଥମ ବର୍ଷ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ଥିଲେ। ଗତ ଶନିବାର ବନ୍ଦନା ଡ୍ୟୁଟି କରିଥିବା ସମସ୍ତେ ଦେଖିଛନ୍ତି। ହେଲେ ସେ ଡ୍ୟୁଟିରୁ ଫେରିବା ପରେ କେହି ତାଙ୍କୁ ଦେଖିନଥିଲେ। ତେବେ ରବିବାର ରାତି ୯ଟା ୧୫ ମିନିଟ୍ ରେ ହସ୍ପିଟାଲ କର୍ତ୍ତୃପକ୍ଷ ବନ୍ଦନାଙ୍କ ରୁମ ଦୁଇଦିନ ହେଲା ବନ୍ଦ ଥିବାର ଖବର ପାବା ପରେ ଡା.ବିନିତ ଚତୁର୍ବେଦୀ ମୁଖ୍ୟ ୱାର୍ଡନ ଓ ଷ୍ଟୁଡେଣ୍ଟ ୱୋଲଫେୟାର ମୁଖ୍ୟ ନରେଶ ପାଲ ସିଂହଙ୍କୁ ଜଣାଇଥିଲେ।  ନରେଶ ବନ୍ଦନାଙ୍କ ମୋବାଇଲକୁ ଫୋନ କରିଥିଲେ। ତାଙ୍କ ଫୋନ ରିଂ ହେଉଥିଲା ହେଲେ ସେ ଉଠାଇନଥିଲେ। ବାରମ୍ବାର ରିଂ କରିବା ପରେ ସେ ଡିନ ଡା.ଆଲୋକ ଶ୍ରୀବାସ୍ତବଙ୍କୁ ଘଟଣା ନେଇ ଜଣାଇବାରୁ ସେ ରାତିରେ ଅଫିସ ପହଞ୍ଚି ରେକର୍ଡରୁ ତାଙ୍କ ପିତାଙ୍କ ନମ୍ବର ଦେବାରୁ ଘଟଣା ନେଇ ତାଙ୍କୁ ସୂଚିତ କରାଯାଇଥିଲା।

{"id":162716}

ସୋମବାର ସକାଳେ ପୋଲିସ କଲେଜର ରେଜିଷ୍ଟ୍ରାର ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କ ଛାତ୍ରବାସର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ସେତେବେଳେ ବନ୍ଦନା ପଙ୍ଖାରେ ଝୁଲୁଥିବାର ଦେଖି ତୁରନ୍ତ ଫରେନସିକ୍ ଟିମକୁ ଡକାଇ ମାମଲାର ତଦନ୍ତ କରାଯିବା ସହ ଛାତ୍ରୀଙ୍କ ଶବକୁ ପଙ୍ଖାରୁ କଢାଯାଇଥିଲା। ମଙ୍ଗଳବାର ସକାଳେ ଛାତ୍ରୀଙ୍କ ଶବ ପୋଷ୍ଟମର୍ଟମ ହେବା ପରେ ପରିବାର ଲୋକେ ଶବ ନେଇ ଗାଜିଆବାଦ ଚାଲିଯାଇଥିଲେ।  ତେବେ ଦୁଇ ଦିନ ଧରି ହଷ୍ଟେଲ ଛାତ୍ରାବାସରେ ଛାତ୍ରୀ ଆତ୍ମହତ୍ୟା କରିଥିଲେ ହେଁ କେହି କିପରି ଜାଣିପାରିଲେନି ତାହାକୁ ନେଇ ଏବେ ସନ୍ଦେହ ଉପୁଜିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ଓ ଯାଞ୍ଚ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗ୍ରାମାଞ୍ଚଳ ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.