ଭାରତ-ପାକିସ୍ତାନ ମ୍ୟାଚ ଦେଖିବାପରେ ଛାତରୁ ଡେଇଁ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | June 17, 2019 IST

ମୁମ୍ବାଇ୧୭|୬: ମୁମ୍ବାଇର ଦାଦର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଫିଜିଓଥିରାପି ପଢୁଥିବା ଜଣେ ଛାତ୍ର ଗତକାଲି ରାତିରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାପରେ ୮ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହି ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା ସହ ଡାକ୍ତର ଆନ୍ଦୋଳନର କୌଣସି ସମ୍ପର୍କ ନାହିଁ ବୋଲି ଦାଦର ପୋଲିସ ସ୍ପଷ୍ଟ କରିଛି ।

କେଇଏମ ମେଡିକାଲ କଲେଜରେ ପଢୁଥିବା ଏହି ଛାତ୍ରଙ୍କର ଆଜିଠାରୁ ପରୀକ୍ଷା ଆରମ୍ଭ ହେଉଥିଲା । ତେବେ ସେ ପରୀକ୍ଷା ପାଇଁ କିଛି ପ୍ରସ୍ତୁତି କରିନଥିଲେ । ସେଥିପାଇଁ ଗତ କିଛିଦିନ ହେଲା ଅବଶାଦ ଓ ଭୟରେ ରହୁଥିଲେ ।

ଗତକାଲି ଭାରତ ଓ ପାକିସ୍ତାନ ମ୍ୟାଚକୁ ମନଭରି ଉପଭୋଗ କରିବା ପରେ ନିଜ ଚାତ ଉପରକୁ ଯାଇ ହଠାତ ତଳକୁ ଡେଇଁ ପଡିଥିଲେ । ଘଟଣାସ୍ଥଲରେ ହିଁ ତାଙ୍କ ପ୍ରଣବାୟୁ ଉଡିଯାଇଥିଲା । ପୋଲିସ ପହଞ୍ଚି ଶବ ଜବତ କରିବା ସହ ଆତ୍ମହତ୍ୟା ପଛରେ ଆଉ କିଛି କାରଣ ରହିଛି କି ତାର ତଦନ୍ତ କରୁଛିୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.