ନିଦ ବଟିକା ଖାଇ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | March 05, 2021 IST

ସମ୍ବଲପୁର ୫।୩: ବୁର୍ଲା ଭୀମସାରରେ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଛାତ୍ର ଜଣଙ୍କ ପିଜି ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡିଛି । ସେ ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ପ୍ରଥମେ ତାଙ୍କୁ ବୁର୍ଲା ସେଣ୍ଟ୍ରାଲ ଆଇସିୟୁ ଓ ପରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ପୂର୍ବରୁ ନିଦ ବଟିକା ଖାଉଥିଲେ । ହେଲେ ଗୁରୁବାର ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ସବୁ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.