କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କୁ ମିଳିବ ଦ୍ୱିଗୁଣା ଦରମା, ଏହି ରାଜ୍ୟ ସରକାର କଲେ ଘୋଷଣା

Published By : Prameya-News7 Bureau | April 10, 2020 IST

ଚଣ୍ଡିଗଡ, ୧୦|୦୪:  ଭାରତ ଏବେ କରୋନା ଭାଇରସର ମୁକାବିଲା କରୁଛି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ କରୋନା ପ୍ରଭାବ ପକାଇଛି । କୋଭିଡ-୧୯ ଭାଇରସର ମୁକାବିଲା ପାଇଁ ଡାକ୍ତରମାନେ ଦେବଦୂତ ସାଜିଛନ୍ତି । ନିରନ୍ତର ଭାବେ ନିଜ ଜୀବନକୁ ବିପଦରେ ପକାଇ ସେମାନେ ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି । ଏହା ମଧ୍ୟରେ ହରିୟାଣା ସରକାର ମେଡିକାଲ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ।

ଯେଉଁ ହସ୍ପିଟାଲରେ କରୋନା ସଂକ୍ରମିତ ଅଛନ୍ତି, ସେହି ମେଡିକକାଲର ଆଇସୋଲେସନ ଓ୍ୱାର୍ଡରେ କାମ କରୁଥିବା ମେଡିକାଲ କର୍ମଚାରୀଙ୍କୁ ଦ୍ୱିଗୁଣା ଦରମା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏଥିରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ଓ ହେଲ୍ପର ଉପକୃତ ହେବେ ।

{"id":251991,"width":745,"height":419,"sizeSlug":"large"}

ହରିୟାଣା ସମେତ ଅନ୍ୟ ରାଜ୍ୟରେ ମଧ୍ୟ କରୋନା ମହାମାରୀକୁ ଯେପରି ଭାବେ ମେଡିକାଲ କର୍ମଚାରୀମାନେ ମୁକାବିଲା କରୁଛନ୍ତି, ତାକୁ ଦଖିବା ପରେ ଦେଶବାସୀ ପ୍ରଶଂସା ନକରି ରହିପାରୁ ନାହାଁନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ମେଡିକାଲ କର୍ମଚାରୀଙ୍କୁ ସମ୍ବୋଧିତ କରିବା ସହ ଦରମା ଦ୍ୱିଗୁଣା କରିବାକୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.