ଘଟଣାରେ ୟୁ-ଟର୍ଣ୍ଣ, ହାଥରସ ପୀଡିତାଙ୍କ ଡାକ୍ତରୀ ରିପୋର୍ଟରେ ମିଳୁନି ଗଣଦୁଷ୍କର୍ମର ପ୍ରମାଣ, ଖସି ଯାଇପାରନ୍ତି ଅଭିଯୁକ୍ତ

Published By : Prameya-News7 Bureau | October 01, 2020 IST

ଲକ୍ଷ୍ମୌ ୦୧/୧୦: ହାଥରସ ଗୁଣଦୁଷ୍କର୍ମ ମାମାଲା ଏବେ ନୂଆ ମୋଡ ନେଇଛି। ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ରିପୋର୍ଟରୁ କିନ୍ତୁ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇ ନ ଥିବା ଉଲ୍ଲେଖ ଅଛି। ଏବେ ଏଥିରୁ ନିଶ୍ଚିତ ଅନୁମାନ ଲଗାଯାଉଛି ଯେ ଏହି ରିପୋର୍ଟର ଫାଇଦା ସିଧା ଅଭିଯୁକ୍ତଙ୍କୁ ମିଳିବ।

ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ  ପୋଲିସ ସାମ୍ନାରେ ଯେଉଁ ବୟାନ ଦେଇ ଥିଲେ ତାହାରି ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଗୁଣଦୁଷ୍କର୍ମ ଧାରା ଲଗା ଯାଇଥିଲା। ମାତ୍ର ଏବେ ପୋଷ୍ଟମର୍ଟମ ରିପୋର୍ଟରେ ଏହି ତଥ୍ୟ ନ ଥିବାରୁ କୋର୍ଟରେ ଅଭିଯୁକ୍ତଙ୍କୁ ଏହାର ଫାଇଦା ମିଳିପାରେ। ତେବେ ଗଳାଚାପି ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।

{"id":336943,"sizeSlug":"large"}

ଅନ୍ୟପଟେ ହାଥରସ ଜିଲ୍ଲା ଏସପି କହିଛନ୍ତି ରିପୋର୍ଟରେ ବଳାତ୍କାର ହୋଇଥିବା ତଥ୍ୟ ନାହିଁ। ଏବେ ଏନେଇ ଫରେନସିକ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୀଡ଼ିତାଙ୍କୁ ଅଲୀଗଡ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ସେଠାରେ ପୀଡ଼ିତାଙ୍କ ଶରୀରରେ ଖଣ୍ଡିଆଖାବରା ଚିହ୍ନ ଥିବା ଉଲ୍ଲେଖ କରାଯାଇ ଥିଲା। ମାତ୍ର  ଜବରଦସ୍ତି ଦୁଷ୍କର୍ମ କରାଯାଇ ଥିବା ଉଲ୍ଲେଖ ନ ଥିଲା। ତେବେ ଏ ଘଟଣାକୁ ନେଇ ରାଜନୀତି ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.