Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଅବ୍ୟବସ୍ଥା ଘେରରେ ପାଟପୁର ମେଡିକାଲ : ଅବ୍ୟବହୃତ କୋଠା ପାଲଟିଛି ଅସାମାଜିକଙ୍କ ଚରା ଭୂଇଁ, ସ୍ଥାୟୀ ଡାକ୍ତର ନିଯୁକ୍ତି କେବେ ?

11/11/2020 at 10:38 AM

ସାନଖେମୁଣ୍ଡି ୧୧।୧୧: ଅବ୍ୟବସ୍ଥା ଘେରରେ ପାଟପୁର ମେଡିକାଲ । ଅବ୍ୟବହୃତ କୋଠା ପାଲଟିଛି ଭୂତ କୋଠା । ଅସମାଜିକ ବ୍ୟକ୍ତିଙ୍କ ଚରା ଭୂଇଁ ପାଲଟିଛି ମେଡିକାଲ ପରିସର । ବର୍ତ୍ତମାନର ସ୍ଥିତିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟ। କରୋନା ଭୟାବହତା ସମୟରେ ପାଟପୁର ମେଡ଼ିକାଲର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଚଳ ହୋଇ ପଡିଛି। ସ୍ଥାନୀୟ ଜନ ସାଧାରଣ ଙ୍କର ସ୍ୱାସ୍ଥ୍ୟ ବିଭାଗ ପ୍ରତି ରହିଥିବା ଆସ୍ଥା ତୁଟି ଯାଇଛି। ବାଧ୍ୟ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ କିମ୍ବା ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି।

ପାଟପୁର, ମହାନଲା, ରାଧାଦେଇପୁର,ଜୟନଗର,ଗଙ୍ଗାପୁର, ନରସିଂହଗଡ଼,ପଳାସପୁର ଏସ.ରଘୁନାଥପୁର,ଜୁରା ଗାଁର ଲୋକେ ପ୍ରାୟ ତିରିଶି ହଜାରରୁ ଅଧିକ ଗ୍ରାମବାସୀ ପାଟପୁର ମେଡ଼ିକାଲ ଉପରେ ନିର୍ଭର କରନ୍ତି। ମେଡ଼ିକାଲରେ ତିନୋଟି ପୁରାତନ ଗୃହ ଭଗ୍ନ ଅବସ୍ଥାରେ ରହିଥିବା ବେଳେ ଚାରୋଟି ନୂତନ କ୍ୱାଟର ଅବ୍ୟବହୃତ ଅବସ୍ଥାରେ ରହିଛି। ତଥାପି ଅନେକ ପଦବୀ ଖାଲି ପଡ଼ିଛି । ସ୍ଥାୟୀ MBBS ଡାକ୍ତର ପଦବୀ ଖାଲି ପଡ଼ିବା ସହ ଆୟୁଷ ଡାକ୍ତର, ଷ୍ଟାପ ନର୍ସ ପୁରୁଷ,ମହିଳା ପଦ ଖାଲି ରହିଛି। ଗୋଟିଏ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ, ଝାଡୁ  ଦାର, ସିକୁରୀଟିଗାର୍ଡରେ ଚାଲିଛି ସ୍ୱାସ୍ତ୍ୟ ସେବା। ଫାର୍ମାସିଷ୍ଟ ହିଁ ସାହା ଭରସା। ଯାହାଫଳରେ ପାଟପୁର ମେଡ଼ିକାଲକୁ ରୋଗୀ ଯାଉ ନାହାନ୍ତି।

ଅନେକ ସମୟରେ ମେଡ଼ିକାଲ ବନ୍ଦ ମଧ୍ୟ ରହୁଛି । ମାସକୁ ସପ୍ତାହରେ ଦୁଇ ତିନି ଦିନ ଅସ୍ଥାୟୀ ଡାକ୍ତର ପାଳି କରି ଆସିଥାନ୍ତି। ସରକାରୀ ବାସ ଘରେ ରାହୁନାହଁନ୍ତି କୌଣସି କର୍ମଚାରୀ । ଯାହା ଫଳରେ ରୋଗୀ ସେବା ବଦଳରେ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟ ହେଲେ ମଦ ମାଂସ ସାଙ୍ଗକୁ ଅସାମାଜିକ କାର୍ଯ୍ୟ କଳାପ ଲିପ୍ତ ହୋଇରହନ୍ତି କିଛି ଅସମାଜିକ ବ୍ୟକ୍ତି। ଏନେଇ ଆଡ଼ପଡ଼ା ଗୋଷ୍ଠୀ ଅଧିକାରୀ ଡାକ୍ତର ବାହାନ ଦାସ ପଚାରି ବାରୁ ସେ କହିଛନ୍ତି ଯେ, ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ମେଡ଼ିକାଲରେ ପଦବୀ ଖାଲି ନେଇ CDMOଙ୍କୁ ଜଣାଯାଇଛି। ସେହିପରି ପାଟପୁର ମେଡ଼ିକାଲ ଫାର୍ମାସିଷ୍ଟ ସଞ୍ଜୟ ସାହୁ କହିଛନ୍ତି ଯେ, ସରକାରୀ କ୍ୱାଟର ମିଳିନାହିଁ । ତେଣୁ ଯିବା ଆସିବା କରିବାକୁ ପଡୁଛି । ପରିସର ସୁରକ୍ଷିତ ମଣୁ ନଥିବା କହିଛନ୍ତି । ଆଗାମୀ ଦିନରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

   Related Posts