Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, କାନ୍ଧରେ ମେଡିକାଲ ବୁହା ହେଲେ ରୋଗୀ

8/12/2021 at 11:55 AM

ଭଦ୍ରକ ୦୮।୧୨: କାନ୍ଧରେ ମେଡିକାଲକୁ ବୁହାହେଲେ ରୋଗୀ । ଭଲ ରାସ୍ତାଟିଏ ନଥିବାରୁ ରୋଗୀଙ୍କୁ ଏପରି କାନ୍ଧରେ ବୁହାହୋଇଛି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଭଦ୍ରକ ଜିଲ୍ଲା ପରସିଙ୍ଗା ପଞ୍ଚାୟତର ଏହି ଘଟଣା ହୋଇଥିବା ନେଇ ସୂଚନା ।

ଖବର ଅନୁଯାୟୀ, ପରସିଙ୍ଗା ପରିଡ଼ା ସାହିକୁ ଯିବା ପାଇଁ ଓସାରିଆ ରାସ୍ତାଟିଏ ନାହିଁ । ଯାହାଫଳରେ ବିଭିନ୍ନ ସମୟରେ ଲୋକମାନେ ହଇରାଣ ହୋଇଥାନ୍ତି । ବିଶେଷ କରି ବର୍ଷା ହେଲେ ଲୋକମାନେ ମୁଖ୍ୟ ରାସ୍ତାକୁ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଲଗାଣ ବର୍ଷା ଲାଗି ରାସ୍ତାଟି କାଦୁଅ ହୋଇଥିଲା । ସାହିର ଚିତ୍ର ସାହୁ ନାମକ ଜଣେ ବୃଦ୍ଧା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ ।

ସାହି ଭିତରକୁ ଗାଡ଼ି ଆସିନପାରିବାରୁ ଗାଁ ଲୋକେ ବାଧ୍ୟ ହୋଇ କାନ୍ଧରେ ବୋହି ମୁଖ୍ୟ ରାସ୍ତା ଠାରୁ ଗାଡ଼ିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମେଡିକାଲରେ ତାଙ୍କର ଚିକିତ୍ସା ପରେ ପୁଣି କାନ୍ଧର ବୋହି ଘରକୁ ଆଣିଥିଲେ । ଏହି ଶୋଚନୀୟ ରାସ୍ତାଟିର ସ୍ଥାୟୀ ମରାମତି ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ନିବେଦନ କରି ଆସୁଛନ୍ତି ଲୋକ । ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ରୋଗୀମାନେ ଏପରି କାନ୍ଧରେ ବୁହା ହେଉଥିବା ସ୍ଥାନୀୟଲୋକେ କହିଛନ୍ତି ।

   Related Posts