Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ଜଣେ ଡାକ୍ତର ଓ ୨ ନର୍ସଙ୍କୁ କରୋନା, ୭୨ ଘଣ୍ଟା ପାଇଁ ଡାକ୍ତରଖାନା ଓପିଡି ବନ୍ଦ

16/07/2020 at 4:09 PM

ଗୁଣୁପୁର ୧୬।୦୭: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଓପିଡି ବନ୍ଦ। ହସ୍ପିଟାଲର ଜଣେ ଡାକ୍ତରଙ୍କ ସମେତ ୨ ଜଣ ପୁରୁଷ ଷ୍ଟାପନର୍ସ ସଂକ୍ରମିତ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି । ୭୨ ଘଣ୍ଟା ପାଇଁ ଓପିଡି, ଓଟି ଓ ଲେବର ରୁମ୍ କୁ ସଟ୍ ଡାଉନ ଘୋଷଣା କରାଯାଇଛି। ଆଖପାଖ ଗ୍ରାମାଞ୍ଚଳର ଜରୁରୀକାଳୀନ ରୋଗୀମାନଙ୍କୁ ରାୟଗଡା ପଠାଇବା ପାଇଁ ସବୁ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତକ୍ଷଣାତ ସେମାନଙ୍କୁ ରାୟଗଡା ସ୍ଥିତ କୋଭିଡ ହସ୍ପିଟାଲକୁ  ସ୍ଥାନାନ୍ତର କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏହାସହିତ ଡାକ୍ତରଖାନାକୁ ସମ୍ପୁର୍ଣ୍ଣ ରୂପେ ବିଶୋଧନ କରାଯାଇଛି। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଏହି ଡାକ୍ତରଙ୍କ ସ୍ଥାନରେ ନିକଟସ୍ଥ ଜଗନ୍ନାଥପୁରରୁ ଆଉଜଣେ ସ୍ତ୍ରୀ ରୋଗ ଡାକ୍ତରଙ୍କୁ ଡେପୁଟେସନରେ ଏଠାକୁ ପଠାଯାଇଛି । ଏହାପରେ ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ଗୁଣପୁର ଗ୍ରସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।

   Related Posts