ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ , ବିଲ୍ କରାଇ ଦେବାକୁ ନେଇଥିଲେ ଲାଞ୍ଚ
23/11/2020 at 4:33 PM

ମାଲକାନଗିରି ୨୩।୧୧: ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ପାଣୁ ଚରଣ ମଣ୍ଡଳକୁ ଗିରଫ କଲା ଭିଜିଲାନ୍ସ । ମେଡିକାଲରେ ନିୟୋଜିତ ଥିବା ଏକ ଗାଡିର ବିଲ୍ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଅକ୍ଟୋବର ମାସ ୨୦ ତାରିଖ ଦିନ ଭିଜିଲାନ୍ସ ଜାଲରେ ପଡିଥିଲେ ମେଡିକାଲର ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି । ଏହି ଘଟଣାର ତଦନ୍ତ କରି ସୋମବାର ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ପାଣୁ ଚରଣ ମଣ୍ଡଳଙ୍କୁ ଗିରଫ କରାଯାଇଛି ।
ମେଡିକାଲ କାର୍ଯ୍ୟାଳୟରେ ରାକେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡି ଭଡା ଲାଗିଥିଲା । ଏହାର ବିଲ୍ କରାଇ ଦେବା ପାଇଁ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଥିବା ଅଭିଯୋଗରେ ପଡିଆ ବିପିଏମ ଗିରଫ ହୋଇଛନ୍ତି । ସୋମବାର ଗୋଷ୍ଠୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କ ଗିରଫ ଘଟଣାକୁ ଆହୁରି ସମ୍ପ୍ରସାରିତ କରିଛି ।