ଶିଶୁ ମୃତ୍ୟୁକୁ ନେଇ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
18/09/2018 at 8:51 AM

ବୌଦ୍ଧ ୧୮|୯: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁ ହେଲେ ପୁରୁଣାକଟକ ଅଞ୍ଚଳର ତପସ୍ବିନୀ ଭୋକ୍ତା । ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତଦେହ ରଖି ଡାକ୍ତରଖାନାରେ ତାଲା ପକାଇ ପ୍ରତିବାଦ ଜାରି ରଖିଛନ୍ତି ଉତ୍ତ୍ୟକ୍ତ ଲୋକ ।
ସୂଚନା ଅନୁସାରେ ଶିଶୁଟିର ପେଟ ବଥା ହେବାରୁ ଗତକାଲି ରାତିରେ ଡାକ୍ତରଖାନା ଆଣିଥିଲେ ପରିବାର ଲୋକେ । ହେଲେ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021