Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳାଙ୍କ ମୃତ ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆମେରିକୀୟ ଛାତ୍ର : ୫କୋଟି ଲୋକଙ୍କ ମଧ୍ୟରୁ ଜଣଙ୍କର ହୋଇଥାଏ ଏମିତି

11/04/2019 at 12:32 PM

ଆମେରିକାରେ ଜଣେ ମହିଳାଙ୍କ ମୃତ ଶରୀର ଦେଖି ସେଠାକାର ମେଡିକାଲ ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। ମହିଳାଙ୍କ ଶରୀରରେ ଅଧିକାଂଶ ଅଙ୍ଗ ଭୁଲ୍ ସ୍ଥାନରେ ଥିଲା। ଡାକ୍ତରଙ୍କ କହିବାନୁସାରେ ମହିଳାଙ୍କ ମୃତ୍ୟୁ ପୂରାପୂରି ସ୍ବାଭାବିକ ଥିଲା।

୯୯ବର୍ଷ ବୟସର ରୋଜ ମେରୀ ବେଣ୍ଟଲୀଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ପରିବାର ଲୋକେ ପୋର୍ଟଲାଣ୍ଡର ଓରେଗୋନ ହେଲଥ ଏଣ୍ଡ ସାଇନସ ୟୁନିଭର୍ସିଟିକୁ ଦାନ କରିଥିଲେ। ଏଠାରେ ମେଡିକାଲ ରିସର୍ଚ୍ଚ ପାଇଁ ତାଙ୍କ ଶରୀରକୁ ଆନାଟୋମି ବିଭାଗକୁ ଅଣାଯାଇଥିଲା। ଛାତ୍ରଛାତ୍ରୀ ତାଙ୍କ ମୃତ ଶରୀରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମୃତ ରୋଜ ମେରୀ ବେଣ୍ଟଲୀଙ୍କ ଶରୀରର ଅଧିକାଂଶ ଅଙ୍ଗ ଭୁଲ ସ୍ଥାନରେ ଥିଲା। ତାଙ୍କ ଶରୀରର ଅଙ୍ଗଗୁଡ଼ିକ ମଧ୍ୟରୁ କେତେକ ଅଙ୍ଗର ଆକାର ବହୁତ ବଡ଼ ଥିଲା। କିନ୍ତୁ ତାଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ହୃଦୟରେ ଥିବା ଏକ ବଡ଼ ଶିରା ଯାହା ସାଧାରଣତଃ ଡାହାଣ ପାର୍ଶ୍ବରେ ଥାଏ,ତାହା ବାମ ପାର୍ଶ୍ବରେ ଥିଲା। ତାଙ୍କ ଡାହାଣ ଫୁସଫୁସରେ ୩ଟି ବଦଳରେ ଦୁଇଟି ଅଂଶ ଥିଲା। ଡାକ୍ତରଙ୍କ ଅନୁସାରେ ମୃତ ମହିଳା ଲେଭୋକାର୍ଡ଼ିଆ ସହ ସାଇଟସ ଇନଭର୍ସସ ନାମକ ସମସ୍ୟା ସହ ସଂଗ୍ରାମ କରୁଥିଲେ। ଏପରି ଶରୀର ୫କୋଟି ଲୋକଙ୍କ ମଧ୍ୟରୁ କେବଳ ଜଣଙ୍କର ହୋଇଥାଏ।  

ମୃତ ମହିଳାଙ୍କ ଝିଅଙ୍କ କହିବାନୁସାରେ ସେ ସବୁବେଳେ ସୁସ୍ଥ ରହୁଥିଲେ ଏବଂ ସେ ଜଣେ ଉତ୍ତମ ସନ୍ତରଣକାରୀ ଥିଲେ। ତାଙ୍କ ଶରୀରରେ ଲିଭର ଡାହାଣ ପାର୍ଶ୍ବରେ ଥିଲା ଏବଂ ପାଚନ ତନ୍ତ୍ର ମଧ୍ୟ ଓଲଟା ସ୍ଥାନରେ ଥିଲା।

   Related Posts