Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନାରୁ ରକ୍ଷା ପାଇବା ପାଇଁ ମେଡିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ, ମୃତ୍ୟୁ ଆଶଙ୍କାକୁ ବି କରିଥାଏ କମ୍

5/05/2021 at 6:32 PM

ନୂଆଦିଲ୍ଲୀ ୫।୫: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମେଡିକାଲ ମାସ୍କ ସବୁଠାରୁ ବେଶୀ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି । ଏକ ନୂତନ ଅଧ୍ୟୟନରେ ଏହା ଜଣାପଡିଛି । ଆମେରିକାର ଜାତୀୟ ଜନସ୍ବାସ୍ଥ୍ୟ ଏଜେନ୍ସିର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ସହିତ ଜଡିତ ଅନୁସନ୍ଧାନକାରୀଙ୍କ ଏକ ଟିମ୍ ଅଧ୍ୟୟନରୁ ଏହା ଜାଣିପାରିଛନ୍ତି ଯେ, ମେଡିକାଲ ମାସ୍କ ପିନ୍ଧିବା ଦ୍ବାରା ମୃତ୍ୟୁ ଆଶଙ୍କା ୮୭% କମିଯାଏ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, କୋଭିଡ୍ ର ୟୁକେ ଷ୍ଟ୍ରେନ୍ ର ମୁକାବିଲା କରିବା ପାଇଁ ଡବଲ ମାସ୍କ ପିନ୍ଧିବା ଉତ୍ତମ ବିକଳ୍ପ ସାବ୍ୟସ୍ତ ହେବ ।

ଆମେରିକାରେ ୬ ମାସ ପର୍ଯ୍ୟନ୍ତ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, କପଡା ମାସ୍କ ବ୍ୟବହାର ଦ୍ବାରା ମୃତ୍ୟୁ ହାର ୮୨ ପ୍ରତିଶତ ହ୍ରାସ ପାଇଛି । ମାତ୍ର ମେଡିକାଲ ମାସ୍କ ପିନ୍ଧିବା ଦ୍ବାରା ମୃତ୍ୟୁ ହେବାର ଆଶଙ୍କା ୮୭ ପ୍ରତିଶତ କମ୍ ହୋଇଥାଏ ।

   Related Posts