Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଉଡ଼ାଣ ଭରିବା ପରେ ବିମାନରୁ ଖସିପଡ଼ିଲା ଚକ, ଏମିତି ହେଲା ସେଫ୍‌ ଲ୍ୟାଣ୍ଡିଂ

6/05/2021 at 10:00 PM

ନାଗପୁର ୬/୫: ନାଗପୁରରୁ ହାଇଦ୍ରାବାଦ ଉଡାଣ ଭରିଥିବା ମେଡିକାଲ ବିମାନରେ ତ୍ରୁଟି ଯୋଗୁ ଏହାକୁ ମୁମ୍ବାଇ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି। ବିମାନରେ ତ୍ରୁଟି ଦେଖାଯିବା ପରେ ଏହାକୁ ଡାଇଭର୍ଟ କରାଯାଇଥିଲା। ଏଥିପାଇଁ ଏମର୍ଜେନ୍ସି ଘୋଷଣା କରାଯାଇଥିଲା। କ୍ରାସ୍‌ ଲ୍ୟାଣ୍ଡିଂ ନେଇ ଆଶଙ୍କା କରାଯାଉଥିବା ବେଳେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିବା ଜଣାପଡ଼ିଛି।

ବିମାନରେ ଜଣେ ରୋଗୀ,  ଦୁଇ ଜଣ ପରାମେଡିକାଲ୍‌ ଷ୍ଟାଫ୍‌ ଏବଂ ଦୁଇ କ୍ରୁ ମେମ୍ବର ଥିଲେ। ବିମାନରୁ ଚକ ବାହାରିଯାଇଥିବା ବେଳେ ବିମାନ ବିନା ଚକରେ ଲ୍ୟାଣ୍ଡିଂ କରିବ ବୋଲି ଆଶଙ୍କା ଥିଲା। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରବକ୍ତା ବିମାନର ସେଫ୍‌ ଲ୍ୟାଣ୍ଡିଂ ନେଇ ସୂଚନା ଦେଇଛନ୍ତି। କୁହାଯାଉଛି, ଜେଟ୍‌ସର୍ଭ ଆଭିଏସନ୍‌ର ସି-୯୦ ବିମାନ VT-JIL ଏୟାର ଆମ୍ବୁଲାନ୍ସର ଗୋଟିଏ ଚକ ନାଗପୁରରୁ ଉଡ଼ାଣ ଭରିବା ପରେ ତଳେ ଖସିପଡ଼ିଥିଲା।

ଏହା ପରେ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଆଲର୍ଟ କରାଯାଇଥିଲା। ବିମାନ ବିନା ଚକରେ ଲ୍ୟାଣ୍ଡିଂ କରିବା  ନେଇ ଆଶଙ୍କା କରି ରନଓ୍ବେରେ ଫୋମ୍‌ ବିଛାଇ ଦିଆଯାଇଥିଲା। କିନ୍ତୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।

   Related Posts