ସୁନ୍ଦରଗଡ ମେଡିକାଲ ସିଡିଏମଓଙ୍କୁ ନିଲମ୍ବନ ଏବଂ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରତିବାଦ, ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଶୋଭାଯାତ୍ରା
18/10/2019 at 6:33 PM

ସୁନ୍ଦରଗଡ ୧୮।୧୦: ମୋ ସରକାର କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଗତ ୧୩ ତାରିଖରେ ସୁନ୍ଦରଗଡ ଆସିଥିଲେ 5-T ସଚିବ ଭି.କେ ପାଣ୍ଡିଆନ । ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସୁରେଶ ମହାପାତ୍ର। 5-T ସଚିବ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ବେଳେ ରୋଗୀଙ୍କୁ ଠିକ୍ ଭାବେ ଖାଦ୍ୟ ମିଳୁନଥିବା ତଥା ମାଗଣାରେ ଡାକ୍ତରଖାନାରେ ଉପଲବ୍ଧ ହେଉଥିବା ପରୀକ୍ଷାକୁ ରୋଗୀମାନେ ବାହାରେ ରହିଥିବା ପାଥୋକ୍ଲିନିକରେ କରାଉଥିବା ନେଇ ଅଭିଯୋଗ ପାଇବା ପରେ ରାଜ୍ୟ ସରକାର ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାର ଭାରପ୍ରାପ୍ତ ସିଡିଏମଓ ଡଃ ପଙ୍କଜ ପଟେଲଙ୍କୁ ନିଲମ୍ବନ କରିବା ସହ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶ।ଅ ନୋଟିସ ଜାରି କରିଥିଲେ।
ଏହାପରେ ୧୪ ତାରିଖରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଥିଲା ଏହାପରେ ଆଜି ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି। କାର୍ଯ୍ୟରତ ଡାକ୍ତର, ନର୍ସମାନେ ନ୍ୟାୟ ପ୍ରଦାନ, ଉପଯୁକ୍ତ ତଦନ୍ତ ଦାବି କରି ଶାନ୍ତି ଶୋଭାଯାତ୍ରା କରିଥିଲେ । ଶୋଭାଯାତ୍ରା ଡାକ୍ତରଖାନା ପରିସରରୁ ବାହାରିଥିଲା । ତେବେ ନିଲମ୍ବନର ଉପଯୁକ୍ତ କାରଣ ନଥିବା ବେଳେ ଯେଭଳି ଭାବେ ନିଲମ୍ବନ କରାଯାଇଛି ତାର ପ୍ରତିବାଦ କରିବା ସହ ଆସନ୍ତା ୭ରୁ୧୫ ଦିନ ମଧ୍ୟରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି।