ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦ : ୨୪ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନହେଲେ କାର୍ଯ୍ୟବନ୍ଦ ଚେତାବନୀ

Published By : Prameya-News7 Bureau | November 02, 2020 IST

ଢେଙ୍କାନାଳ ୨।୧୧: ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓମସାର ଢେଙ୍କାନାଳ ଶାଖା । ଏ ସମ୍ପର୍କରେ ଏକ ମାମଲା ଟାଉନ ଥାନାରେ ରୁଜୁ ହୋଇଛି । ଏପରିକି ସୋମବାର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ  ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଟାଉନ ପୋଲିସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ପ୍ରତିଶ୍ରୁତି ଦେବାପରେ ଧରଣାରୁ ଓହରିଛନ୍ତି । 

{"id":354809,"sizeSlug":"large"}

ତେବେ ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତମାନଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ, ହସ୍ପିଟାଲ ପରିସରରେ ସ୍ଥାୟୀ ପୋଲିସ ଫାଣ୍ଡି ଓ ବେଆଇନ ପାର୍କିଂ ହଟାଇବା ଆଦି ତିନି ଦଫା ଦାବି କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଏହା ପୂରଣ ନହେଲେ ଆସନ୍ତାକାଲିଠାରୁ ଡାକ୍ତର ଓ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ କରିବେ ବୋଲି ଓମସାର ଢେଙ୍କାନାଳ ଜିଲ୍ଲା ସମ୍ପାଦକ ଚେତାବନୀ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.