ମହାଙ୍ଗା ବ୍ଲକର ସବୁ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଗୁରୁବାରଠାରୁ କରିବେ କାର୍ଯ୍ୟବନ୍ଦ ଆନ୍ଦୋଳନ, ପୋଲିସ ନିଷ୍କ୍ରିୟତାର ପ୍ରତିବାଦ

Published By : Prameya-News7 Bureau | September 02, 2019 IST

ନିଶ୍ଚିନ୍ତକୋଇଲି ୨|୯: ଡାକ୍ତରଙ୍କୁ ଅସମ୍ମାନ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେଲେ ଆସନ୍ତା ଗୁରୁବାରଠାରୁ ମାହାଙ୍ଗା ବ୍ଲକର ସବୁ ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ସବୁ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

{"id":152208}

ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଗତ ଶୁକ୍ରବାର ରାତିରେ ମାହାଙ୍ଗା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ଓସଙ୍ଗ ଗ୍ରାମର  ଯୋଗମାୟା ମହାନ୍ତିଙ୍କୁ ଏକ ଟେମ୍ପୋ ଯୋଗେ ତାଙ୍କ ସମ୍ପର୍କୀୟମାନେ ଆଣିଥିଲେ। ତେବେ ମେଡ଼ିକାଲ ଗେଟ ପାଖରେ ଟେମ୍ପୋ ରଖି ଡ୍ୟୁଟି ରେ ଥିବା ଡାକ୍ତର ମାନସ ରଞ୍ଜନ ମହାନ୍ତିଙ୍କୁ ଟେମ୍ପୋରେ ହିଁ ଚିକିତ୍ସା କରିବାକୁ କହିଥିଲେ।

{"id":152209}

ତେବେ ସେ ମନା କରିବାରୁ ତାଙ୍କୁ ଗାଳିଗୁଲଜ ପେଲାଠେଲା କରିବା ସହ ଡ଼ାକ୍ତରଙ୍କୁ ଅପହରଣର ଧମକ ଦେଇଥିବାର ସଂପୃକ୍ତ ଡାକ୍ତର ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି। ତେବେ ଯୋଗମାୟା ସେତେବେଳେକୁ ମୃତ୍ୟୁବରଣ କରିସାରିଥିଲେ ବୋଲି ଡାକ୍ତର କହିଛନ୍ତି। ଏନେଇ ମାହାଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି।

{"id":152210}

ଘଟଣା ପରେ ସମ୍ପୃକ୍ତ ଡାକ୍ତର ଛୁଟିରେ ଅଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଯଦି ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତମାନଙ୍କୁ ନଧରେ ତେବେ ଗୁରୁବାରଠାରୁ ମାହାଙ୍ଗା ବ୍ଲକର ସବୁ ମେଡିକାଲ ବନ୍ଦ ରହିବ ବୋଲି ମେଡ଼ିକାଲ ଅଫିସର କହିଛନ୍ତି। ଏ ସଂକ୍ରାନ୍ତରେ ମାହାଙ୍ଗା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.