ଏହି ମହିଳା ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା ନ୍ୟୁଡ ଫଟୋଗ୍ରାଫି : ରଦ୍ଦ ହେଲା ଡାକ୍ତରୀ ଲାଇସେନ୍ସ

Published By : Prameya-News7 Bureau | September 28, 2019 IST

ୟାଙ୍ଗୁନ ୨୮/୯: ମିଆଁମାରର ଜଣେ ମଡେଲ୍ ଏବଂ ଡାକ୍ତର ନଙ୍ଗ ମଓ୍ବେ ସାନ୍ ସୋଶିଆଲ ମିଡିଆରେ ବିକିନି ଫଟୋ ପୋଷ୍ଟ କରିଥିବାରୁ ତାଙ୍କର ଲାଇସେନ୍ସ ରଦ୍ଦ ହୋଇଯାଇଛି। ଫଳରେ ସେ ମେଡିକାଲ କାଉନସିଲିଂ ଉପରେ ରାଗିଯାଇ ବର୍ଷଣ କରିଛନ୍ତି ଏବଂ ସୋଶିଆଲ ମିଡିଆରେ ତାଙ୍କ ସ୍ବାଧୀନତା ପ୍ରତି ହସ୍ତକ୍ଷେପ କରିଥିବା କଥା ମଧ୍ୟ କହିଛନ୍ତି।

{"id":163743}

ସେ ଆମେରିକୀୟ ମଡେଲ୍‌ ଜେନରଙ୍କ ନକଲ କରି ବିଳାସମୟ ଫଟୋସୁଟ କରିଥିଲେ। ମିଆଁମାର ମେଡିକାଲ୍ କାଉନସିଲିଂଙ୍କୁ ତାଙ୍କର ଏହି ନ୍ୟୁଡ ଫଟୋଗ୍ରାଫି ଆପତ୍ତିଜନକ ଲାଗିଥିଲା। ସେଥିପାଇଁ ସେମାନେ ତାଙ୍କ ନାଁରେ ଚିଠି ଜାରି କରି ଲାଇସେନ୍ସ ରଦ୍ଦ କରିବାର ସୂଚନା ଦେଇଥିଲେ।

{"id":163744}

ନଙ୍ଗଙ୍କୁ ମେଡିକାଲ କାଉନସିଲିଂ ପୂର୍ବରୁ ଚେତାବନୀ ମଧ୍ୟ ଦେଇଥିଲା। ନଙ୍ଗ ସେମାନଙ୍କୁ ଫେସବୁକରୁ ଫଟୋ ହଟାଇବାକୁ ପ୍ରତିଶ୍ରୃତି ଦେଇଥିଲେ କିନ୍ତୁ ଫଟୋ ହଟାଇନଥିଲେ। ସେ ଗତ ୫ବର୍ଷରୁ ମେଡିକାଲ ପ୍ରାକ୍ଟିସ୍ କରୁଛନ୍ତି।

{"id":163745}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.