ଆଉ ୩ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ..

Published By : Prameya-News7 Bureau | November 19, 2020 IST

ଭୁବନେଶ୍ୱର୧୯/୧୧: ତାଳଚେର, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ୩ଟି ମେଡିକାଲ କଲେଜର ନିର୍ମାଣ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ ରହିବ ୧୦୦ଟି ଲେଖାଏଁ ସିଟ୍‌ ।

ତାଳଚେରରେ ଏମସିଏଲ ସହଯୋଗରେ ମେଡିକାଲ କଲେଜ ନିର୍ମାଣ ହେବ। ଟ୍ରଷ୍ଟ ଦ୍ବାରା ତାଳଚେର ମେଡିକାଲ କଲେଜ ପରିଚାଳିତ ହେବ। ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀରେ ୨୦୨୧-୨୨ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଅନ୍ୟପଟେ ସୁନ୍ଦରଗଡ଼ରେ NTPC ସହାୟତାରେ ମେଡିକାଲ କଲେଜ ହେବ । ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ MCIର ଅନୁମତି ଲୋଡ଼ିବେ ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.