ବେଦାନ୍ତ ସହ ମେଡିକାଲ କଲେଜ୍ ଏମଓୟୁ ବାତିଲ, ୨୦୧୬ରେ ମୁଖ୍ୟମନ୍ତ୍ରୀ କରିଥିଲେ ଭିତ୍ତି ପ୍ରସ୍ତର ସ୍ଥାପନ
3/03/2021 at 9:25 PM

କଳାହାଣ୍ଡି/ଭୁବନେଶ୍ଵର ୦୩।୦୩: କଳାହାଣ୍ଡି-ଜାରିଙ୍ଗ ମେଡିକାଲ କଲେଜ ପାଇଁ ସରକାର ସହ ବେଦାନ୍ତ କରିଥିବା ଏମଓୟୁ ବାତିଲ ହୋଇଛି। ୨୦୧୮ ମସିହାରେ ଓଡ଼ିଶା ସରକାର ଓ ବେଦାନ୍ତ ମଧ୍ୟରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ବେଦାନ୍ତ ୧୦୦ କୋଟି ବିନିଯୋଗ ପାଇଁ ଚୁକ୍ତି କରିଥିଲା। ହେଲେ ଅର୍ଥ ପ୍ରଦାନ ବିଳମ୍ବ ଯୋଗୁଁ ସରକାର ବୁଧବାର ଚୁକ୍ତି ବାତିଲ କରିଛନ୍ତି। ୨୦୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରିଙ୍ଗ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ୨୦୧୮ ରେ ୩୫୦ କୋଟି ଟଙ୍କା ବିନିଯୋଗରେ ଜାରିଙ୍ଗ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021