ଭଦ୍ରକ ଜିଲ୍ଲାରେ ଜୋର୍ ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି, 'ସ୍ପିକ୍ ଆଉଟ୍ ଫର୍ ମେଡିକାଲ କଲେଜ୍' ନାଁରେ ଆରମ୍ଭ ହେଲା କ୍ୟାମ୍ପେନ୍

Published By : Prameya-News7 Bureau | December 06, 2020 IST

ଭଦ୍ରକ, ୦୬୧୨ଭଦ୍ରକରେ ମେଡ଼ିକାଲ କଳେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାବାସୀ ଆନ୍ଦୋଳନ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ମେଡ଼ିକାଲ କଲେଜ ସ୍ଥାପନ ହୋଇପାରୁ ନହିଁ । ବିଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ବୁଦ୍ଧିଜୀବୀ, ଯୁବଛାତ୍ର, ରାଜନୈତିକ ଦଳ, ସାମାଜିକ ସଂଗଠନ ତରଫରୁ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ, ଧାରଣା, ରାସ୍ତାରୋକ, ଦସ୍ତଖତ ଅଭିଯାନ ଏବଂ ଜିଲ୍ଲା ବନ୍ଦ କରାଯାଇଥିଲା । କିନ୍ତୁ କୌଣସି ପ୍ରକାର ସଫଳ ମିଳିଲା ନାହିଁ ବରଂ ଅନ୍ୟତ୍ର ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ହେବ ବୋଲି ଆନୁସାଙ୍ଗିକ ଘୋଷଣା ହେଲା । ଏହାକୁ ନେଇ ଭଦ୍ରକରେ ଅସନ୍ତୋଷ ଦାନା ବାନ୍ଧୁଛି । ଏହାକୁ ନେଇ ବିରୋଧ ମଧ୍ୟ ହେଉଛି ।

ଏବେ ଜିଲ୍ଲାବାସୀ ସ୍ପିକ ଆଉଟ ଫର ଭଦ୍ରକ ମେଡିକାଲ କଲେଜ କ୍ୟାମ୍ପେନ ମାଧ୍ୟମରେ ପ୍ରତି ଜିଲ୍ଲାବାସୀ ବିନା କୌଣସି ନେତୃତ୍ୱରେ ବା ସଙ୍ଗଠନରେ ନିଜର ଦାବି ଉପସ୍ଥାପନ କରିବା ସହ ଆନ୍ଦୋଳନ କରିପାରିବେ l ତେବେ ସ୍ପିକ ଆଉଟ ଫର ଭଦ୍ରକ ମେଡିକାଲ କଲେଜ କ୍ୟାମ୍ପେନର ସଂଯୋଜକଙ୍କ କହିବା କଥା ଯେ,  ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ କୌଣସି ପରିଶ୍ରମ, ସମୟ, ଟଙ୍କା ଖର୍ଚ୍ଚ ନ କରି ଭଦ୍ରକ ଜିଲ୍ଲାର ବୃହତ ସ୍ୱାର୍ଥକୁ ସମ୍ପୂର୍ଣ୍ଣ କରିବା ପାଇଁ ସର୍ବବୃହତ ଜନ ଆନ୍ଦୋଳନ ରେ ସାମିଲ ହେବା ।

କୌଣସି ରାଜନୈତିକ ସଙ୍ଗଠନ ବା କୌଣସି କ୍ରିୟାନୁଷ୍ଠାନ କମିଟି ବା ସାମାଜିକ ସଙ୍ଗଠନ ଏହି ଆନ୍ଦୋଳନ ପଛରେ ବା ସାମ୍ନାରେ ନାହାଁନ୍ତି ।   ଏହା ସମସ୍ତ ଭଦ୍ରକ ଜିଲ୍ଲା ବାସୀଙ୍କ ନିଜସ୍ୱ ପ୍ଲାଟଫର୍ମ ଏବଂ ନିଜେ ଯୋଦ୍ଧା ହୋଇ ନିଜ ଦାବୀ ପୂର୍ଣ୍ଣ କରିବା । ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜନ ଆନ୍ଦୋଳନରେ କୌଣସି ସମୟ ନିର୍ଦ୍ଦିଷ୍ଟ ନାହିଁ । ଏହି କ୍ୟାମ୍ପେନ୍ ସେତେ  ଦିନ ପର୍ଯ୍ୟନ୍ତ ଚାଲୁରହିବ ଯେତେ ଦିନ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ହୋଇନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.