Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମାମଲାର ତଦନ୍ତ ବେଳେ ଅଭିଯୁକ୍ତଙ୍କ ସ୍ଵୀକାରୋକ୍ତି ଲିକ୍ ହେଲେ ମିଡିଆ ଓ ପୋଲିସ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

16/10/2020 at 9:41 PM

ତିରୁଅନନ୍ତପୁରମ ୧୬।୧୦: ଏକ ଉଲ୍ଲେଖନୀୟ ଘଟଣାକ୍ରମେ କେରଳ ହାଇକୋର୍ଟ ଗଣମାଧ୍ୟମ ଏବଂ ପୋଲିସ ବିରୋଧରେ  ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଯଦି ଅଭିଯୁକ୍ତଙ୍କ ସ୍ଵୀକାରୋକ୍ତି ବାହାରେ ଲିକ୍ ହୁଏ ତେବେ ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ଓ ପୋଲିସ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଚାରପତି ପିଭି କୁନିକ୍ରିଷ୍ଣାନ ଗୁରୁବାର ସମ୍ବେଦଶୀଳ କୁଡାଥାଇ ସିରିଏଲ ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତ ଜଲି ଅମ୍ମା ଯୋଶେଫଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି।

କୋର୍ଟ ଦର୍ଶାଇଛନ୍ତି ଯେ, ଚାଞ୍ଚଲ୍ୟକର ଘଟଣାରେ ତଦନ୍ତ ଅଧିକାରୀ ଅଭିଯୁକ୍ତଙ୍କ ବୟାନକୁ ଲିକ୍ କରୁଛନ୍ତି ଏବଂ ଗଣମାଧ୍ୟମ ଏହାକୁ ବ୍ୟାପକ ଭାବେ ଅତି ରଞ୍ଜିତ କରି ପ୍ରଚାର କରୁଛି। କୋର୍ଟ କହିଛନ୍ତି, ଥରେ ଏଫଆଇଆର ରୁଜୁ ହେବା ପରେ କେସ୍‌  ଯଦି ମାଜିଷ୍ଟ୍ରେଟଙ୍କ ପାଖକୁ ଆସେ ତେବେ ମାମଲାଟି ନ୍ୟାୟିକ ପରିଧିକୁ ଚାଲିଆସେ। ତେଣୁ ଚୂଡାନ୍ତ ରିପୋର୍ଟ ଅଦାଲତରେ ଦାଖଲ ନହେବା ପୂର୍ବରୁ ସୂଚନା ଲିକ୍‌ କରିବାରେ ପୋଲିସ ଅଫିସରଙ୍କ କୌଣସି ଅଧିକାର ନାହିଁ।

ଆଦେଶରେ ଅଦାଲତ ଅନେକ ଥର ଉଲ୍ଲେଖ କରିଛନ୍ତି ଯେ, ଏମିତି ହେଲେ ଗଣମାଧ୍ୟମ ଓ ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ। କୋର୍ଟ ଅପରାଧିକ ମାମଲାର ପରିଚାଳନା ସମୟରେ ମୂକ ହୋଇ ରହି ପାରିବ ନାହିଁ। ଯଦି ଅଭିଯୁକ୍ତଙ୍କ ସ୍ଵୀକାରୋକ୍ତି ଏବଂ ଯାଞ୍ଚ ସମୟରେ ମିଳିଥିବା ପ୍ରମାଣ ଗଣମାଧ୍ୟମରେ ଆଲୋଚନା କରାଯାଇ ସାଧାରଣ ଜନତାଙ୍କ ନିକଟରେ ପ୍ରକାଶ କରାଯାଏ ତେବେ ପରିସ୍ଥିତି ବିପଦପୂର୍ଣ୍ଣ ହେବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।

ଏଥିରେ କୁହାଯାଇଛି ଜନତା ଏହା ମଧ୍ୟ  ଜାଣି ନାହାନ୍ତି ଯେ ଜଣେ ଅଭିଯୁକ୍ତ ଦ୍ଵାରା ପୋଲିସକୁ ଦିଆଯାଇଥିବା ସ୍ଵୀକାରୋକ୍ତି ବୟାନ ଅଦାଲତରେ ଆଇନତଃ ଗ୍ରହଣୀୟ ନୁହେଁ। ଯଦି ଅଭିଯୁକ୍ତଙ୍କ ସ୍ଵୀକାରୋକ୍ତି ଏବଂ ଅନ୍ୟ ପ୍ରମାଣ ଲିକ୍ ହୁଏ ଏବଂ ଏହା ଜନତାଙ୍କୁ ମଧ୍ୟକୁ ଚାଲିଯାଏ ତେବେ ସେହି କ୍ଷେତ୍ରରେ ଯଦି ଅଦାଲତ ଆଇନ ପ୍ରମାଣ ଆଧାରରେ ମାମଲାର ରାୟ ଶୁଣାନ୍ତି ତେବେ ଜନତାଙ୍କ ନ୍ୟାୟପାଳିକା ଉପରେ ସନ୍ଦେହ ଉପୁଜିପାରେ।

ତେଣୁ ଏହା ଉପରେ ପୂର୍ଣ୍ଣ ବିରାମ ପଡିବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି। ଅଦାଲତ କହିଛନ୍ତି ସମାଚାର ଚ୍ୟାନେଲର ସାମ୍ବାଦିକ ଓ ଉପସ୍ଥାପକଙ୍କୁ ଭାରତୀୟ ପ୍ରମାଣ ଆକ୍ଟର ଧାରା ୨୪ ପଢିବା ଉଚିତ୍। ମାମଲାକୁ ଅତିରଞ୍ଜିତ କରି ଉପସ୍ଥାପନ କରିବାର ଆବଶ୍ୟକତା ନାହିଁ।

ଅଦାଲତ ଏହା ମଧ୍ୟ କହିଛନ୍ତି ଏହି ନିର୍ଦ୍ଦେଶ ପୋଲିସ ମହାନିର୍ଦ୍ଦେଶକଙ୍କୁ  ପଠାଯିବ, ଯଦ୍ଵାରା ଭବିଷ୍ୟତରେ ନିୟମର ଉଲ୍ଲଂଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ମାମଲାର ଶୁଣାଣି କରି କୋର୍ଟ ଜଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସେ ଅନ୍ୟ ମାମଲାରେ ଜେଲ୍‌ରେ ଥିବାରୁ ତାଙ୍କୁ ଏବେ ଜେଲ୍‌ରେ ରହିବାକୁ ପଡିପାରେ।  

   Related Posts