Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ହାଥରସ ମାମଲା: ଗଣମାଧ୍ୟମକୁ ମିଳିଲା ପୀଡ଼ିତାଙ୍କ ଗାଁକୁ ପ୍ରବେଶ ଅନୁମତି, ରାଜନୈତିକ ଦଳ ପାଇଁ କଟକଣା ବଳବତ୍ତର

3/10/2020 at 11:51 AM

ନୂଆଦିଲ୍ଲୀ ୦୩/୧୦: ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ହଟ୍ଟଗୋଳ ଜାରି ରହିଛି। ଏହାରି ଭିତରେ ପ୍ରଶାସନ ପୀଡ଼ିତାଙ୍କ ଗାଁକୁ ପୂରା ସିଲ୍ କରି ୧୪୪ ଧାରା ଲାଗୁ କଲା। ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ ଯିବା ଆସିବାରେ କଟକଣା ଲାଗୁ କରାଗଲା। ତମାମ ଦାବି ପରେ ଏବେ ପ୍ରଶାସନ ପୀଡ଼ିତା ପରିବାର ସହ କଥା ହେବା ପାଇଁ ଗଣମାଧ୍ୟମକୁ ଅନୁମତି ଦେଇଛି। ତେବେ ଗାଁ ଭିତରକୁ ରାଜନୈତିକ ଦଳ ମାନଙ୍କ ପାଇଁ କଟକଣା ପୂର୍ବପରି ବଳବତ୍ତର ରହିଛି।

ଏସଡିଏମ ପ୍ରେମ ପ୍ରକାଶ କହିଛନ୍ତି ଗାଁରେ ଏସଆଇଟି ତଦନ୍ତ ପୂରା ହୋଇଛି। ଏ ପାଇଁ ଗଣମାଧ୍ୟମ ଉପରୁ କଟକଣା ଉଠିଛି। ଅବଶ୍ୟ ଗାଁରେ ୧୪୪ ଧାରା ଜାରି ଥିବାରୁ ୫ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକତ୍ରିତ ହେବାର ଅନୁମତି ନାହିଁ। ଏବେ ସ୍ପଷ୍ଟ କରାଯାଇଛି ଗାଁକୁ କେବଳ ଏବେ ମିଡିଆକୁ ଅନୁମତି ମିଳିବ। ଯେବେ ରାଜନୈତିକ ଦଳକୁ ପ୍ରବେଶ ଅନୁମତି ଆଦେଶ ମିଳିବ ସେବେ ଦିଆଯିବ।

କିଛି ନ୍ୟୁଜ ଚାନେଲ ସହ କଥା ହେବେ ବେଳେ ପୀଡ଼ିତ ପରିବାରର ସଦସ୍ୟ କହିଛନ୍ତି ଯେତେବେଳେ ସେମାନେ ମିଡିଆ ସହ କଥା ହୁଅନ୍ତି ଡିଏମ ଜାଣିପାରନ୍ତି। ଏହା ସହ ସୋମନଙ୍କର ଅଭିଯୋଗ ଥିଲା ପରିବାର ସଦସ୍ୟଙ୍କ ଫୋନ ଛଡେଇ ନିଆଯାଇଛି ଓ ଜବରଦସ୍ତି ଘରେ ସେମାନଙ୍କୁ ବନ୍ଦ କରି ରଖାଯାଇଛି। ତେବେ ଏ ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି ଏସଡିଏମ।

ଉଲ୍ଲେଖନୀୟ ଯେ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଛି । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

   Related Posts