ଜେଏଲ ମିଡ଼ିଆ ଅଭିନେତାଙ୍କ ଫେସବୁକ ଆଇଡି ହ୍ୟାକ୍ ! ସାଇବର ସେଲରେ ଅଭିଯୋଗ

Published By : Prameya-News7 Bureau | August 03, 2021 IST

ବାଲେଶ୍ୱର ୦୩/୦୮: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଭଣ୍ଡାର ପୋଲି ଗ୍ରାମର ଯୁବକ ଜଗନ୍ନାଥ ଘୋଷ ଓଡ଼ିଆ ଅଭିନେତା ହିସାବରେ ଭୁବନେଶ୍ୱରରେ ସିରିଏଲରେ ଜଗତରେ କାମ କରନ୍ତି । ଏହାସହ ଭୁବନେଶ୍ୱର ଭୀମ ଟାଙ୍ଗିରେ ଏକ ଅଫିସ ଖୋଲି ଜେଏଲ ମିଡ଼ିଆ ଓଡ଼ିଆ ଏଣ୍ଟରଟେନମେଣ୍ଟ ସଂସ୍ଥା ଖୋଲି କରୋନା ସମୟରେ ଲୋକଙ୍କୁ ମନୋରଞ୍ଜନ କରୁଥିଲେ ।

wp:gallery {"ids":[490113],"linkTo":"none"} /wp:gallery

ଏହାସହ ସେଥିରେ ସାଧାରଣ ଲୋକମାନଙ୍କର ସେଲ୍ଫି କୁଇନ, କୁଇଜ, ଓଡ଼ିଆ ଗୀତ ଇତ୍ୟାଦିର ପ୍ରତିଯୋଗିତା କରାଯାଉଥିଲା । ତେବେ କେହିଜଣେ ଦୃର୍ବୃତ୍ତ ଗତ ୧୯ ତାରିଖରୁ ତାଙ୍କ ଫେସବୁକ ଆଇଡି ସହିତ ମେଲ ଆଇଡ଼ିକୁ ମଧ୍ୟ ହ୍ୟାକ୍ କରିଦେଇଛି । ତେବେ ଏ ବିଷୟରେ ଗତ ୧ତାରିଖରେ ଜାଣିବାକୁ ପାଇଥିଲେ ଜଗନ୍ନାଥ ।

wp:gallery {"ids":[490114],"linkTo":"none"} /wp:gallery

ତାସହ ତାଙ୍କର ୬ ଜଣ ସାଥି ମିନାକ୍ଷୀ ପଣ୍ଡା ଯାଜପୁର, ରତ୍ନାକର ଶତପଥୀ ନୟାଗଡ଼, ଆଚାରିୟ ମାନ ସିଂ, ରୁପାଲୀ ସେଠୀ ,ଶ୍ରୀୟା ରାଉତ ଆଠଗଡ଼, ଅନିମେଷ ଦାସ ଜେଏଲ ମିଡ଼ିଆର ଏଡିଟରଙ୍କର ମଧ୍ୟ ସମାନ ଅବସ୍ଥା ଘଟିଥିବା ଜାଣିବାକୁ ପାଇଥିଲେ । ଜଗନ୍ନାଥ ଘୋଷ ନ୍ୟାୟ ପାଇବା ପାଇଁ ଅନଲାଇନରେ କଟକ ସାଇବର ସେଲରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.