Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଟୋକିଓ ଅଲିମ୍ପିକ୍ସ: କମଲପ୍ରୀତ କୌର ଭାରତକୁ ପଦକ ଜିତାଇବାକୁ ପ୍ରସ୍ତୁତ, ମହିଳା ହକି ଟିମ୍ ଉପରେ ବି ନଜର, ୧୧ମ ଦିନର ଖେଳସୂଚୀ

1/08/2021 at 11:02 PM

ନୂଆଦିଲ୍ଲୀ ୦୧।୦୮: ଟୋକିଓ ଅଲିମ୍ପିକର ଦଶମ ଦିନ  ଭାରତ ପାଇଁ ଐତିହାସିକ ରହିଛି। ଦେଶର ଷ୍ଟାର ସଟଲର ପିଭି ସିନ୍ଧୁ କାଂସ୍ୟ ପଦକ ଜିତି ନିଜର ଦ୍ଵିତୀୟ ଅଲିମ୍ପିକ ସ୍ଵପ୍ନ ପୂରଣ କରିଛନ୍ତି। ସିନ୍ଧୁଙ୍କ ବିଜୟ ସହ ଭାରତର ପଦକ ସଂଖ୍ୟା ବଢିଛି। ବ୍ୟାଡମିଣ୍ଟନ ବ୍ୟତୀତ ପୁରୁଷ ହକି ଦଳ ମଧ୍ୟ କ୍ଵାର୍ଟର ଫାଇନାଲ୍ ଜିତି ୪୯ ବର୍ଷ ପରେ ଅଲିମ୍ପିକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସୋମବାର ଭାରତର ନଜର ଡିସକସ୍ ଥ୍ରୋ ଖେଳାଳି କମଲପ୍ରୀତ କୌର ଓ ଭାରତୀୟ ମହିଳା ହକି ଦଳ ଉପରେ ରହିବ। କମଲପ୍ରୀତ କୌର ଡିସକସ୍ ଥ୍ରୋର ଫାଇନାଲରେ ଭାରତକୁ ପଦକ ଜିତାଇ ପାରନ୍ତି। କ୍ଵାଲିଫାଇଂ ରାଉଣ୍ଡରେ କମଲପ୍ରୀତ ୬୪ ମିଟର ପର୍ଯ୍ୟନ୍ତ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଥିଲେ। ଅନ୍ୟପଟେ ଭାରତୀୟ ମହିଳା  ହକି ଦଳ କ୍ଵାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା କରିବ। ପୁରୁଷ ହକି ଦଳ ସେମି ଫାଇନାଲରେ ପହଞ୍ଚି ପଦକ ଆଶା ଉଜ୍ଜିବୀତ ରଖିଛନ୍ତି। ଏବେ ମହିଳା ହକି ଦଳ ଉପରେ ସଭିଙ୍କ ନଜର ରହିଛି। ଟୋକିଓ ଅଲିମ୍ପିକର ୧୧ମ ଦିନ ଭାରତ ପାଇଁ ବହୁତ ଖାସ୍ ହେବାକୁ ଯାଉଛି। ଆସନ୍ତୁ ଜାଣିବା ୧୧ମ ଦିନର ପୂରା କାର୍ଯ୍ୟକ୍ରମ।

ଆଥଲେଟ୍

ମହିଳା ୨୦୦ ମିଟର, ହିଟ୍ ୪, ରାଉଣ୍ଡ ୧, ଦୂତି ଚାନ୍ଦ, ସମୟ- ସକାଳ ୭ଟା ୨୪

ସୁଟିଂ

୫୦ ମିଟର ରାଇଫଲ ଥ୍ରୀ  ପୋଜିସନ ପୁରୁଷ, ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡ, ଐଶ୍ଵର୍ଯ୍ୟା ପ୍ରତାପ ସିଂହ ତୋମାର ଓ ସଞ୍ଜୀବ ରାଜପୁତ, ସକାଳ-୮ଟା

ଘୋଡା ଦୌଡ

ଇଭେଟିଙ୍ଗ ଜପିଂ କ୍ଵାଲିଫାୟର, ଫଓ୍ଵାଦ ମିର୍ଜା, ଅପରାହ୍ନ- ୧ଟା ୩୦

ଆଥଲେଟିକ୍ସ

 ମହିଳା ଡିସକସ୍ ଥ୍ରୋ ଫାଇନାଲ, କମଲପ୍ରୀତ କୌର, ଅପରାହ୍ନ-୪ଟା ୩୦

   Related Posts