ଜବ୍ କାର୍ଡଧାରୀଙ୍କ ପେଟକୁ ଗୋଇଠା, ମଣିଷ ବଦଳରେ ମେସିନ୍ କରୁଛି କାମ

Published By : Prameya-News7 Bureau | April 27, 2021 IST

ଭଦ୍ରକ, ୨୭।୦୪:  କାରୋନା କାଳରେ ଚଞ୍ଚକତା । ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଣିଷ ବଦଳରେ କାମ କରୁଛି ମେସିନ । ଅଭିଯୋଗ ପରେ ଏବେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଉଛନ୍ତି ଅଧିକାରୀ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକରେ ମେସିନ କରୁଛି ମଣିଷଙ୍କ କାମ । ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତରେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ରାସ୍ତା କାମ ଚାଲିଛି । ଏହି ଯୋଜନାରେ ଜବ୍ କାର୍ଡଧାରୀ କାର୍ଯ୍ୟ କରିବା କଥା କିନ୍ତୁ ଏଠାରେ ପୋକଲିନ ଓ ଟ୍ରାକ୍ଟର ଦ୍ଵାରା କାର୍ଯ୍ୟ ହେଉଛି ।

ଏନେଇ ସ୍ଥାନୀୟ ଲୋକେ ଭଣ୍ଡାରୀପୋଖରୀ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ଏହି କାମ ଆକ୍ସନ ପ୍ଳାନରେ ଅଛି କିନ୍ତୁ ଫାଇଲ ଖୋଲାଯାଇ ନାହିଁ । ତେଣୁ କେହି କାମ କରିପାରିବେ ନାହିଁ । ଯଦି ଏହି କାମ ଆକ୍ସନ ପ୍ଳାନ୍‌ରେ ଥାଇ ବିନା ଅନୁମୋଦନରେ ହେଉଛି ତେବେ ନିଜେ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.