ବେଙ୍ଗାଲୁରୁର ଇଞ୍ଜିନିୟର ଆବିଷ୍କାର କଲେ ଏସି ହେଲମେଟ୍ : ବଜାରରେ ସୃଷ୍ଟି କରିବ ହଇଚଇ
23/09/2019 at 10:52 AM

ବେଙ୍ଗାଲୁରୁ ୨୩/୯: ଏବେ ନୂଆ ଟ୍ରାଫିକ୍ ନିୟମ ଯୋଗୁଁ ଦୁଇ ଚକିଆ ଯାନ ଚଲାଉଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି। କିନ୍ତୁ ଏହି ଧୁ ଧୁ ଖରାରେ ହେଲମେଟ ପିନ୍ଧିବା ଦ୍ବାରା ଚାଳକମାନେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି।

ଏହି ସମସ୍ୟାର ନିରାକରଣ ପାଇଁ ବେଙ୍ଗାଲୁରୁର ଜଣେ ମେକାନିକାଲ୍ ଇଞ୍ଜିନିୟର ଏୟାର କଣ୍ଡିସନର ଯୁକ୍ତ ହେଲମେଟ୍ ଆବିଷ୍କାର କରିଛନ୍ତି ଯାହା ମୁଣ୍ଡକୁ ଅତ୍ୟଧିକ ଗରମରୁ ମୁକ୍ତି ଦେଇ ଶୀତଳତା ପ୍ରଦାନ କରୁଛି।

ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ସନ୍ଦୀପ ଦହିୟା ନାମକ ଜଣେ ମେକାନିକାଲ୍ ଇଞ୍ଜିନିୟର ଏହି ହେଲମେଟଟିକୁ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ସେ ବେଙ୍ଗାଲୁରୁର ଆରଟି ନଗରର ବାସିନ୍ଦା। ସେ ତାଙ୍କ ଘରେ ଥିବା ଗ୍ୟାରେଜରେ ଏହି ହେଲମେଟକୁ ପ୍ରସ୍ତୁତ କରିଥିଲେ।