ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର

Published By : Prameya-News7 Bureau | February 25, 2021 IST

ନୀଳଗିରି୨୫/୨: କୁଳଡିହା ସଂରକ୍ଷିତ ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ। ଘଟଣାସ୍ଥଳରୁ ଶିକାରୀ ଫେରାର। ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ସଂରକ୍ଷିତ ଜଙ୍ଗଲ ଔପଦା ଅଞ୍ଚଳରେ କୁଟାରୀ ମାଂସ ଓ ଚମଡା ଜବତ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ କୁଲଡିହା ସଂରକ୍ଷିତ ଜଙ୍ଗଲରୁ ବନ୍ଧସାହି ଗ୍ରାମର ଗୋବା ସିଂ ଏକ କୁଟାରୀକୁ ଶିକାର କରି ସିଙ୍ଗାଖୁଣ୍ଟା ଗ୍ରାମରେ ବିକ୍ରି କରୁଥିବାର  ଔପଦା ବନ ବିଭାଗ ସୂଚନା ପାଇଥିଲା।

ଫରେଷ୍ଟର କିଶୋରଚନ୍ଦ୍ର ଭୂୟା, ଫରେଷ୍ଟ ଗାର୍ଡ କବିତା ରାଣୀ ମହାକୁଡ଼, ସବୁଜ ବାହିନୀ କର୍ମଚାରୀ ଦେବେନ୍ଦ୍ର ରାଉତ, ହରିହର ବେହେରା ଏବଂ ବସନ୍ତ ସେଠୀଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ପୂର୍ବ ଯୋଜନା  ମୁତାବକ ଅତର୍କିତ ଚଢ଼ାଉ କରି କୁଟାରୀ ମାଂସ ଏବଂ ଚମଡ଼ା ଜବତ କରିଥିଲେ। ହେଲେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ଏସିଏଫଓ ଶରତ ଚନ୍ଦ୍ର ବେହେରା ଏବଂ ଔପଦା ରେଞ୍ଜର ବବିତା ସରେନ ଘଟଣାସ୍ଥଳରେ ପହଞ୍ଚି ମୃତ କୁଟାରୀର ମୁଣ୍ଡ, ଛାଲ, ଚାରୋଟି ଗୋଡ଼, ଏବଂ କିଛି ମାଂସ ଜବତ କରିଥିଲେ । ତେବେ ଖୁବ୍ ଶୀଘ୍ର ଶିକାରୀକୁ ଗିରଫ କରିଯିବ ବୋଲି ଏସିଏଫ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.