Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନମସ୍କାର ବା ପ୍ରଣାମର ଅର୍ଥ କଣ? ଏହା ଦ୍ବାରା କଣ ଫଳ ପ୍ରାପ୍ତି ହୋଇଥାଏ ଜାଣନ୍ତୁ…

19/11/2019 at 4:52 PM

ଭାରତୀୟ ସଂସ୍କୃତିରେ ବିଶେଷକରି ସନାତନ ହିନ୍ଦୁ ଧର୍ମରେ ବୟୋଜ୍ୟେଷ୍ଠ, ମୁନୀ, ଋଷି , ଦେବତା, ତତ୍ବକୁ ନମସ୍କାର କରିବାର ପରମ୍ପରା ରହିଛି । ଭରତୀୟ ସଂସ୍କୃତି ଯେଉଁ ଯେଉଁ ଅଞ୍ଚଳକୁ ବ୍ୟାପ୍ତ ହୋଇଛି ସେଠାରେ ମଧ୍ୟ ନମସ୍କାର କରିବାର ଜୀବନଚର୍ଯ୍ୟା ଦେଖିବାକୁ ମିଳେ । ତେବେ ଏ ନମସ୍କାର ର ଅର୍ଥ କଣ ଏବଂ କାହିଁକି ନମସ୍କାର କରାଯାଇଥାଏ ତାହା ଜାଣିଲେ ନମସ୍କାର ଯୋଗୁଁ ମିଳିବାକୁ ଥିବା ସୁଫଳ ପ୍ରାପ୍ତି ଅଧିକ ସୁଗମ ହେବ ।

ସଂସ୍କୃତ ବ୍ୟାକରଣ ଶାସ୍ତ୍ର ଅନୁସାରେ “ନମଃ” ଧାତୁ “ନମସ୍କାର” ଶବ୍ଦ ଆସିଛି। ନମଃର ଅର୍ଥ ନମସ୍କାର କରିବା, ପ୍ରାଣାମ କରିବା ବା ବନ୍ଦନା କରିବା। ନମଃ= ନ+ମମ। ଅର୍ଥାତ୍‌ ମୁଁ ନୁହେଁ। ଏ ସଂସାରରେ ସର୍ବମୟ କର୍ତ୍ତା ହେଉଛନ୍ତି ପରମେଶ୍ବର । ନମସ୍କାର କରିବା ଦ୍ବାରା ଗୁରୁଜନଙ୍କଠାରୁ ଆଶୀର୍ବାଦ ମିଳିଥାଏ। ଗୁରୁ-ଗୁରୁଜନ ଏବଂ ଦେବ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଭକ୍ତିର ସହିତ ପ୍ରଣାମ କଲେ ଆଧ୍ୟାତ୍ମିକ ଏବଂ ବ୍ୟାବହାରିକ କ୍ଷେତ୍ରରେ ଲାଭ ମିଳିଥାଏ। ନମସ୍କାର ସମୟରେ କରପତ୍ର ଯୋଡି ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ୍‌। ବୟୋବୃଦ୍ଧମାନଙ୍କୁ ଏକ ହସ୍ତରେ ନମସ୍କାର କରିବା ଅନୁଚିତ୍‌।

ଯେ କୌଣସି ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅଙ୍ଗୁଠି ସ୍ପର୍ଶ କରି ପାହାଚକୁ ପ୍ରଣାମ କଲେ ଅନ୍ତରରେ ସାତ୍ତ୍ବିକ ଭାବ ଜାଗ୍ରତ ହେବା ସହିତ ଚୈତନ୍ୟ ସୃଷ୍ଟି ହୋଇଥାଏ। ତା ପରେ ମନ୍ଦିରରେ ଆରାଧ୍ୟ ଦେବତାଙ୍କର ବାହାନକୁ ସ୍ପର୍ଶ ପୂର୍ବକ ପ୍ରଣାମ କରି ଏକାନ୍ତ ନିଷ୍ଠା ଓ ଏକାଗ୍ରତାର ସହିତ ଆରାଧ୍ୟ ଦେବତାଙ୍କ ନିକଟକୁ ଯାଇ ଏକାନ୍ତ ଭକ୍ତିର ସହିତ ସାଷ୍ଟାଙ୍ଗ ପ୍ରଣିପାତ କରିବା ଉଚିତ୍‌।

ହାତଯୋଡି ପ୍ରଣାମ କରିବା ସମୟରେ ପ୍ରତ୍ୟେକ ଅଙ୍ଗୁଳି ଗୁଡିକୁ ସିଧା ଟାଣ ନକରି ନରମ ରଖିବା ଉଚିତ୍‌। ଫଳରେ ପ୍ରାଣମୟ କୋଷ ଓ ମନମୟ କୋଷ ସତ୍ବଗୁଣରେ ପରିଣତ ହୋଇଥାଏ। ଦୁଇ ବୁଦ୍ଧାଙ୍ଗୁଳିକୁ ବକ୍ଷର ମଧ୍ୟ ସ୍ଥଳରେ ସ୍ପର୍ଶ କରି ଧ୍ୟାନମୁଦ୍ରାରେ ଭକ୍ତି ପୂର୍ବକ ପ୍ରଣାମ କରିବା ବିଧେୟ।

ନମସ୍କାର ଅର୍ଥ ହେଉଛି ସମର୍ପଣ। ବଧିବଦ୍ଧ ସାଷ୍ଟାଙ୍ଗ ନମସ୍କାର କାୟିକ, ବାଚନିକ, ଓ ମାନସିକ ପଦ୍ଧତିରେ ଦେବତାଙ୍କଠାରେ ଶରଣ ଯିବା। ଏହାଦ୍ବାରା ଆତ୍ମଶକ୍ତି ଜାଗ୍ରତ ହୋଇଥାଏ। ଛଅ ଅଙ୍ଗ ସ୍ପର୍ଶ ଏବଂ ଦୁଇ ଅଙ୍ଗ ମିଳନରେ ସାଷ୍ଟାଙ୍ଗ ପ୍ରଣାମ କରାଯାଇଥାଏ।

ପୁରାଣରେ କୁହାଯାଇଛି-

ଉରସା ଶିରସ୍ୟା ଦୃଷ୍ଟ୍ୟା ମନସା ବଚସା ତଥା

ପଭ୍ଭ୍ୟାଂ କରାଭ୍ୟାଂ ପ୍ରଣାମୋଷ୍ଟାଙ୍ଗମୁଚ୍ୟତେ।

ଅର୍ଥାତ, ଛାତି, ମସ୍ତକ, ଦୃଷ୍ଟି, ମନ, ବାଚନିକ, ପାଦ, ହସ୍ତ, ଯାନୁକୁ ଭୂମିରେ ସ୍ପର୍ଶ କରି ନମସ୍କାର କରିବା ବିଧେୟ। ଏହା ମନଭିତରେ ଥିବା ଷଡରିପୁକୁ ଖଣ୍ଡନ କରି ଈଶ୍ବରଙ୍କ ନିକଟରେ ସମର୍ପିତ କରିବା ସହ ଚୈତନ୍ୟ ଜାଗ୍ରତ କରିଥାଏ।

   Related Posts