Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମାରୁତୀ କାରରେ ଲେଖାଯାଉଥିବା LXi, VXi, ZXi ର ଅର୍ଥ କଣ ଜାଣନ୍ତୁ

20/09/2019 at 3:25 PM

ମାରୁତୀ ସୁଜୁକିର କାରମାନଙ୍କରେ LXi, LDi, VXi, VDi, ZXi, ZDi ଲେଖା ହୋଇଥାଏ। ହେଲେ ଏହାର ଅର୍ଥ ସାଧାରଣତଃ ଲୋକେ ଜାଣିନଥାନ୍ତି। ତେବେ ମାରୁତୀ କାର ଭାରିଏଣ୍ଟ ବିଷୟରେ ଜାଣନ୍ତୁ। ମାରୁତୀରେ ଲେଖା ଯାଇଥିବା ଏହି ସର୍ଟଫର୍ମ ସାଂକେତିକ ଶବ୍ଦ ମାରୁତୀର ବିଭିନ୍ନ ମଡେଲ, ଭାରିଏଣ୍ଟ ଓ ଗାଡିର ଇନ୍ଧନ କ୍ଷମତାକୁ ଦର୍ଶାଇ ଥାଏ। ଏହା ଦ୍ବାରା ଲୋକେ ଗାଡିର ଫିଚର ଓ ଦାମ ଅନୁମାନ କରିଥାନ୍ତି ।

ମାରୁତୀ ସୁଜୁକି କାରରେ ୨ ପ୍ରକାରର ଲେଖା ହୋଇଥାଏ। ପ୍ରଥମେ LXi, VXi, ZXi ତଥା ଦ୍ବିତୀୟରେ LDi,VDi, ZDi ଲେଖାହୁଏ। ଏହାର ପ୍ରଥମ ଅକ୍ଷର L,V,Z ଗାଡିର ଭେରିଏଣ୍ଟକୁ ଦର୍ଶାଏ। ଏହା ସହ ଗାଡିରେ ଲେଖାଯାଇଥିବା Lର ଅର୍ଥ ହେଉଛି ଲୋଅର ମଡେଲ, V ମାନେ ଭେଲୁ ଆଡେଡ୍‌ ମଡେଲ,Z  ଅର୍ଥ ଟପ୍‌ ମଡେଲ ହୋଇଥାଏ।  ଲେଖାଯାଇଥିବା ପ୍ରଥମ ଅକ୍ଷର ଦେଖି ମାରୁତୀର ମଡେଲ ବୁଝିହେବ।

 ଅନେକ ମଡେଲରେ VDi+ ମଧ୍ୟ ଲେଖାଯାଇଥାଏ । ଏହାର ଅର୍ଥ ହେଉଛି ଗାଡିରେ VDi ମଡେଲରୁ ଅଧିକ ଫିଚର୍ସ ରହିଛି ହେଲେ ZDi ମଡେଲରୁ କମ୍‌ । ଅଧିକାଂଶ ସମୟରେ ମଡେଲକୁ ବିଭିନ୍ନ ଭେରିଏଣ୍ଟରେ ବାଣ୍ଟିବା ପାଇଁ ଏଭଳି କରାଯାଏ।

ଗାଡିରେ ଲେଖାଯାଇଥିବା ଅକ୍ଷର Xi ଓ Di ବାହାନରେ ବ୍ୟବହାର କରାଯାଉଥିବା ଫୁଏଲ ବା ଇନ୍ଧନ ବିଷୟରେ ସୂଚନା ଦେଇଥାଏ। ଏହା ଦ୍ବାରା ଜଣା ପଡେ ଯେ, କେଉଁ ଭେରିଏଣ୍ଟରେ କେଉଁ ଫୁଏଲ ବିକଳ୍ପର ମଡେଲ ଚଲା ଯାଉଛି। Xiର ଅର୍ଥ ହେଉଛି ପେଟ୍ରୋଲ ଓ Diର ଅର୍ଥ ହେଉଛି ଡିଜେଲ। ଏହା ଦ୍ବାରା ଗ୍ରାହକ ସୁବିଧାରେ ଫୁଏଲ ବିକଳ୍ପ ଚୟନ କରିପାରିବେ। କେବେ କେବେ ZDi+ ଭଳି ମଡେଲ ମଧ୍ୟ ଦେଖିବାକୁ ମିଳେ।

ମାରୁତୀ ସୁଜୁକି କାରରେ ଭେରିଏଣ୍ଟ ଓ ଫୁଏଲ ଟାଇପ୍‌ ବାଣ୍ଟିବା ପାଇଁ ଏହି ଉପାୟ ଫଲୋ କରନ୍ତି। ଏହି ପେଟର୍ଣ୍ଣ ପ୍ରତ୍ୟେକ କାର କମ୍ପାନୀ ଉପଯୋଗ କରେ ନାହିଁ। ଅଲଗା ଅଲଗା କମ୍ପାନୀ ନିଜ ଅନୁସାରେ ମଡେଲର ନାଆ ଦିଅନ୍ତି।   

 

   Related Posts