ଦୁଇ ହାତ ପାପୁଲି ଯୋଡିବା ପରେ ଯଦି ହେଉଛି ଏମିତି ଚିତ୍ର, ତାହେଲେ ନିଶ୍ଚୟ ପଢନ୍ତୁ ଏହି ଖବର…

Published By : Prameya-News7 Bureau | October 24, 2019 IST

ହସ୍ତରେଖା  ଅନୁଧ୍ୟାନ କରି ଭବିଷ୍ୟତ କୁହାଯାଇପାରେ। ହସ୍ତରେଖା ପଢିବା ଏକ କଳା ହୋଇଥାଏ। ଏହି କଳା କିଛି ସାଂସ୍କୃତିକ ବିବିଧତାଙ୍କ ସହ ସମଗ୍ର ଦୁନିଆରେ ଦେଖାଯାଏ। ହସ୍ତରେଖା ପଢୁଥିବା ବ୍ୟକ୍ତିଙ୍କୁ ହସ୍ତରେଖାଶାସ୍ତ୍ରୀ କୁହାଯାଏ। ହାତର ରେଖା ବିଷୟରେ ଅନେକ ଲୋକେ ଜାଣିଥାନ୍ତି ହେଲେ କିଛି ତଥ୍ୟ ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି। ଦୁଇ ହାତ ଯୋଡିଲେ ଯଦି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ହୋଇଥାଏ ତାହେଲେ ଏହାର କିଛି ବିଶେଷ ମହତ୍ବ ରହିଛି। ତେବେ ଏହାର ଅର୍ଥ କଣ ଜାଣନ୍ତୁ।

{"id":174073}

ଯେଉଁ ବ୍ୟକ୍ତିଙ୍କ ହାତ ଯୋଡିଲେ ଅର୍ଦ୍ଧଚନ୍ଦ୍ର ଚିହ୍ନ ହୁଏ ତା’ର ଅର୍ଥ ହେଉଛି , ଏହି ବ୍ୟକ୍ତିମାନେ ବହୁତ ଭଲ ହୋଇଥାନ୍ତି। ଜୀବନରେ କିଛି ଜିନିଷ ହାସଲ କରିବା ପାଇଁ ଏମାନେ ଦୃଢ ଚେଷ୍ଟା କରନ୍ତି। ସମସ୍ତଙ୍କ ସହ ନିଜ ମିତ୍ରତା ଭଲ ଭାବେ ରଖନ୍ତି। ଏହି ଲୋକମାନେ କେବେ କାହାକୁ ଧୋକା ଦିୁଅନ୍ତି ନାହିଁ। ଏମାନେ ସାଙ୍ଗ ସାଥୀ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି। ପ୍ରତ୍ୟେକ ପରିସ୍ଥିତିରେ ନିଜ ମିତ୍ର ସହ ଥାନ୍ତି। ହାତ ଯୋଡିଲେ ଅଧା ଚନ୍ଦ୍ର ଚିହ୍ନ ହେଉଥିବା ବ୍ୟକ୍ତିମାନେ ବୁଦ୍ଧିମାନ ଥାନ୍ତି। ଏମାନେ ସବୁ ପରିସ୍ଥିତିର ସାମ୍ନା ଭଲ ଭାବେ କରିପାରନ୍ତି।  ନିଜ ଦାୟିତ୍ବକୁ ଖୁବ ଭଲ ଭାବେ କରନ୍ତି। ଏହି ବ୍ୟକ୍ତିମାନଙ୍କ ଗୁଣ ଯୋଗୁଁ ସେମାନଙ୍କୁ ସବୁ ସ୍ଥାନରେ ସମ୍ମାନ ମିଳେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.