ଅଣ୍ଟାରେ ଡିମ୍ପଲ ପଡୁଛି କି, ତାହେଲେ ଜାଣନ୍ତୁ ଏହାର ଅର୍ଥ

Published By : Prameya-News7 Bureau | October 04, 2019 IST

ଗାଲରେ ଡିମ୍ପଲ ଥିଲେ ସମସ୍ତେ ବେଶ୍‌ ସୁନ୍ଦର ଦେଖାଯାଆନ୍ତି । ସାଧାରଣତଃ ଯୁବତୀମାନଙ୍କର ସୌନ୍ଦର୍ଯ୍ୟକୁ ଏହା ବହୁ ଗୁଣିକ କରିଥାଏ । ପ୍ରତୀ ଜିଣ୍ଟାଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକନ୍‌ଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଏଥିପାଇଁ ବେଶ୍‌ ଲୋକପ୍ରିୟ । ଅଧିକାଂଶ ଲୋକଙ୍କ ଚେହେରାର ଗାଲରେ ଡିମ୍ପଲ  ବିଷୟରେ ଶୁଣିଥିବେ। ହେଲେ ଗାଲ ବ୍ୟତୀତ ଅଣ୍ଟାରେ ମଧ୍ୟ ଡିମ୍ପଲ ପଡେ।

ଅଣ୍ଟାରେ ଡିମ୍ପଲ ଥିଲେ ମଧ୍ୟ ଏହା ସୌନ୍ଦର୍ଯ୍ୟର ଚିହ୍ନ ହୋଇଥାଏ। ମହିଳାଙ୍କ ଅଣ୍ଟାରେ ଏହି ଡିମ୍ପଲକୁ ଭିନସ  ହିଲସ୍‌ ଡିମ୍ପଲ  ବୋଲି କୁହାଯାଏ। ଏହି ଡିମ୍ପଲ ପୁରୁଷଙ୍କ ଅଣ୍ଟାରେ ପଡିଲେ ଏହାକୁ ଅପୋଲୋ ହିଲ୍ସ କୁହାଯାଏ। ତେବେ ଜାଣନ୍ତୁ ଏହାର ବିଶେଷତ୍ବ। ଏହି ଡିମ୍ପଲ ସୌନ୍ଦର୍ଯ୍ୟ ସହ ଯୋଡା ଯାଏ। ଏହି ଚିହ୍ନ ଯାହା ଶରୀରରେ ଥାଏ ସେମାନଙ୍କୁ ସବୁଠୁ ଅଧିକ ସୁନ୍ଦର ବୋଲି କୁହାଯାଏ। ଅନ୍ୟ ଲୋକଙ୍କ ବ୍ୟତୀତ ଏମାନଙ୍କୁ ଅଲଗା ବୋଲି କୁହାଯାଏ। ରୋମ ପ୍ରାଚୀନ କାଳରେ ସୌନ୍ଦର୍ଯ୍ୟ ଦର୍ଶାଇବା ପାଇଁ ମୂର୍ତ୍ତିମାନଙ୍କ ଅଣ୍ଟାରେ ଡିମ୍ପଲ କରାଯାଉଥିଲା।    

{"id":166219}

ସୌନ୍ଦର୍ଯ୍ୟ ବ୍ୟତୀତ ଏହି ଡିମ୍ପଲର ଅନେକ ଫାଇଦା ରହିଛି। ଯାହା ମଣିଷଙ୍କ ଶରୀର ସହ ଜଡିତ। ଯେଉଁମାନଙ୍କ ଅଣ୍ଟାରେ ଏଭଳି ଡିମ୍ପଲ ଥାଏ ସେମାନଙ୍କୁ ଫିଟ୍‌ ବୋଲି କୁହାଯାଏ। ଏମାନଙ୍କ ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଅଣ୍ଟାରେ ଡିମ୍ପଲ ଥିଲେ ଏହା ଶରୀରର ରକ୍ତ ସଂଚାଳନ ସଠିକ୍‌ କରିବାରେ ସାହାଯ୍ୟ କରେ । ଏହି ଡିମ୍ପଲ ଥିବା ପ୍ରାକୃତିକ ହୋଇଥାଇପାରେ ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ ବଡି ଶେପ୍‌ ବା ଶରୀରର ଗଠନ ସୁନ୍ଦର ଥିଲେ ଏହି ଡିମ୍ପଲ ପଡେ। ସାଧାରଣତଃ ସ୍ଲିମ ଓ ଫିଟ୍‌ ଲୋକଙ୍କ ଶରୀରରେ ଏହା ଦେଖିବାକୁ ମିଳେ ଯାହା ଫିଟ୍‌ ରହିବାରେ ସାହାଯ୍ୟ କରିଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.