Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଭାରତ-ଚୀନ ସେନା ସଂଘର୍ଷରେ ବୈଦେଶିକ ମନ୍ତ୍ରଣାଳୟର ବୟାନ- ଶାନ୍ତି ଦରକାର, କିନ୍ତୁ ସୀମାରେ କୌଣସି ସାଲିସ୍ ଚଳିବ ନାହିଁ

16/06/2020 at 10:15 PM

ନୂଆଦିଲ୍ଲୀ ୧୬।୦୬:  ଲଦାଖର ଗଲଓ୍ଵାନ ଘାଟିରେ ସୋମବାର ରାତିରେ ଚୀନ ସେନା ସହିତ ଭାରତୀୟ ସୈନିକଙ୍କ ବଡ ହିଂସାତ୍ମକ ଘଟଣା ଘଟିଛି। ଏ ପର୍ଯ୍ୟନ୍ତ ଆସିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷେ ଚୀନର ମଧ୍ୟ ବହୁତ କ୍ଷତି ଘଟିଛି। ଡ୍ରାଗନର ୪୩ ସୈନିକ ନିହତ ହୋଇଛନ୍ତି। ଏହାର କିଛି ସମୟ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ନିଜର ବିବୃତ୍ତିରେ କହିଛି ଯେ, ଜୁନ ୧୫ ସନ୍ଧ୍ୟାରେ ଚୀନ ସୈନିକ ପକ୍ଷରୁ ଯଥାସ୍ଥିତି ବଦଳାଇବାକୁ ପ୍ରୟାସ କରାଯାଇଥିଲା। ଏହାକୁ ବିରୋଧ କରିବାକୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଦୁଇ ପକ୍ଷର କ୍ଷତି ଘଟିଛି। ଯଦି ଚୀନ ସେନା ରାଜିନାମାକୁ ମାନିଥାନ୍ତେ ତେବେ ଏହି ଘଟଣାକୁ ରୋକଯାଇ ପାରିଥାନ୍ତା।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପୂର୍ବ ଲଦାଖ ସଂଲଗ୍ନ ସୀମାରେ ସ୍ଥିତି ସ୍ଵାଭାବିକ ଲାଗି ଉଦ୍ୟମ ଜାରି ରହିଥିଲା। ଏହାରି ଆଧାରରେ ଭାରତ ଓ ଚୀନ ସୈନ୍ୟ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଥିଲା। ଜୁନ ୬ରେ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକ ବହୁତ ସକରାତ୍ମକ ରହିଥିଲା। ଏହି ବୈଠକରେ ଉତ୍ତେଜନା କମ କରିବା ଉପରେ ସହମତି ପ୍ରକାଶ ପାଇଥିଲା। ଏହା ପରେ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା ଯଦ୍ଵାରା ଉଚ୍ଚସ୍ତରରେ ସହମତି ହୋଇ ପାରିବ।

ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ସୀମା କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ଏବଂ ଆପୋଷ ଆଲୋଚନା ଜରିଆରେ ମତଭେଦର ସମାଧାନ ଲାଗି ପ୍ରସ୍ତୁତ। କିନ୍ତୁ ନିଜର ସାର୍ବଭୌମ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସାଲିସ୍ କରାଯାଇ ପାରିବ ନାହିଁ। ଆମେ ଶାନ୍ତି ଚାହୁଁଛୁ ମାତ୍ର ସୀମାରେ କୌଣସି ପ୍ରକାରରେ ପଛଘୁଞ୍ଚା ଦେବୁନାହିଁ କି ସାଲିସ୍ କରି ପାରିବୁ ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ପାଞ୍ଚ ସପ୍ତାହରୁ ଗଲଓ୍ଵାନ ଘାଟିରେ ବଡ ସଂଖ୍ୟାରେ ଭାରତୀୟ ଓ ଚୀନ ସୈନିକ ମୁହାଁମୁହିଁ ସ୍ଥିତିରେ ଛିଡା ହୋଇଥିଲେ। ଏହି ଘଟଣା ଭାରତୀୟ ସେନା ପ୍ରମୁଖ ଜେନେରାଲ ଏସଏମ ନରଓ୍ଵାଣେଙ୍କ ସେହି ବୟାନର କିଛି ଦିନ ପରେ ସାମ୍ନାକୁ ଆସିଥିଲା, ଯେବେ ନରଓ୍ଵାଣେ କହିଥିଲେ ଯେ, ଦୁଇ ଦେଶର ସୈନିକ ଗଲଓ୍ଵାନ ଘାଟିରୁ ପଛକୁ ହଟୁଛନ୍ତି।

   Related Posts