Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଭାରତୀୟ ବାୟୁସେନା ବିମାନକୁ ପାକିସ୍ତାନ ଧ୍ବଂସ କରିଥିବା ସ୍ବୀକାର କଲା ଭାରତ, ପାଇଲଟଙ୍କୁ ବନ୍ଦୀ କରିଥିବା ସଂପର୍କୀତ ତଥ୍ୟର କରାଯାଉଛି ଯାଞ୍ଚ

27/02/2019 at 3:25 PM

ନୂଆଦିଲ୍ଲୀ ୨୭|୨: ପାକିସ୍ତାନର ଆତଙ୍କୀ ସଂଗଠନର ଠିକଣାରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ବାୟୁସେନା ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ, ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ କ୍ରାସ୍ ରେ ନଷ୍ଟ ହୋଇଛି । ଜବାବୀ ହମଲାରେ ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ଖସାଇଛି । ଭାରତୀୟ ବାୟୁସେନାର ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ପାଇଲଟ୍ ଙ୍କୁ ପାକିସ୍ତାନ ବନ୍ଦୀ କରିଥିବା ଦାବି କରୁଛି । ପାକିସ୍ତାନର ଦାବି ସଂପର୍କୀତ ତଥ୍ୟର ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ପଶିଯାଇଥିଲା ପାକ୍ ବିମାନ । ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଯାଇଥିଲା ପାକିସ୍ତାନୀ ବିମାନ । ତେବେ ଏଲଓସିରେ ଭାରତୀୟ ବାୟୁସୀମାରେ ମଧ୍ୟ ପାକିସ୍ତାନ ବମ୍ ପକାଇଥିବା ସୂଚନା ମିଳିଛି । ସେହିଭଳି ପାକିସ୍ତାନର ଅନୁପ୍ରବେଶର ଜବାବୀ ହମଲା କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନୀ ସୀମାର ୩କିମି ଭିତରେ ପଶି ହମଲା କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇଦେଇଥିଲା ଭାରତୀୟ ବାୟୁସେନା ।

   Related Posts