ଏସିଆ ସୋସାଇଟି କାର୍ଯ୍ୟକ୍ରମରେ କାଶ୍ମୀର ପ୍ରସଙ୍ଗ ରଖିଲେ ଜୟଶଙ୍କର, ପାକ୍ ସମ୍ପର୍କରେ କ’ଣ କହିଲେ ଜାଣନ୍ତୁ

Published By : Prameya-News7 Bureau | September 25, 2019 IST

ନ୍ୟୁୟର୍କ: ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ନ୍ୟୁୟର୍କରେ ଏସିଆ ସୋସାଇଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କାଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନ ସହ ସବୁ ବେଳେ ସବୁ ମୁହୁର୍ତ୍ତରେ ଭାରତ ଆଲୋଚନା ଲାଗି ପ୍ରସ୍ତୁତ ବୋଲି ଜୟଶଙ୍କର କହିଥିଲେ। ତେବେ ଏ ନେଇ ଭାରତ କୌଣସି ଟେରରିସ୍ତାନ ସହ କଥା ହେବ ନାହିଁ ବୋଲି ସଫା ମନା କରିଦେଇଛନ୍ତି।

{"id":162641,"width":582,"height":421}

କାଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ପାକିସ୍ତାନ ଦେଶରେ ଆତଙ୍କବାଦ ଉଦ୍ୟୋଗ ସ୍ଥାପନା କରିଥିବା ଭଳି ଲାଗୁଛି। ଆତଙ୍କବାଦ ଜରିଆରେ ସମସ୍ୟାର ସମାଧାନ ଚାହୁଁ ଥିବା ଦେଶ ସହ କେବେ ଆଲୋଚନା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ସଂଶୋଧନ କରିବା ଘଟଣାରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏଥିଯୋଗୁ ଭାରତ ସହ ସମସ୍ତ ରାଜନୈତିକ ସମ୍ପର୍କ ତୁଟାଇଥିବା ବେଳେ ଇସ୍ଲାମାବାଦରେ ଅବସ୍ଥାପିତ ବାରତୀୟ ହାଇକମିଶନକୁ ମଧ୍ୟ ବନ୍ଦ କରିଦେଇଥିଲା।

{"id":162642}

ସେହିପରି ଏହି ସାମ୍ବିଧାନିକ ସଂଶୋଧନ ନେଇ ଚୀନ ମଧ୍ୟ ଭୂଲ ଧାରଣାର ବସବର୍ତ୍ତି ହୋଇଥିଲା ବୋଲି ଜୟଶଙ୍କର କହିଥିଲେ । କିଛି ଦିନ ପୂର୍ବରୁ ମୁଁ ଚୀନ ଗସ୍ତ କରିଥିଲି। ଏହି ଗସ୍ତକାଳରେ ଚୀନ ଭାରତର ସୀମା ନେଇ ଆଲୋଚନା କରିଥିଲା। ଏଥିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ ଓ ଭାରତର ସୀମା ନେଇ ଆଲୋଚନା ହୋଇଥିଲା। ଆଲୋଚନାରେ ସବୁ ପୂର୍ବରୁ ଯେପରି ଥିଲା ସେହି ପରି ଅଛି, ହେଲେ ସାମ୍ବିଧାନିକ ଆଇନ ଯୋଗୁ କାଶ୍ମୀର ରାଜ୍ୟର ବିକାଶ ପ୍ରତିହତ ହୋଇଥିବା ଜଣାଇଥିଲି। ଏଣୁ କେବଳ ରାଜ୍ୟ ଲାଗି ଆଇନରେ ସଂଶୋଧନ ହୋଇଥିବା ଏବେ ଚୀନ ବୁଝିଛି ବୋଲି ଜୟଶଙ୍କର କହିଛନ୍ତି । ତେବେ ପାକିସ୍ତାନ ପ୍ରସଙ୍ଗରେ ପଚରାଯିବାରୁ ଏବେ ସେ ନିଜର ହୀତ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ଥିବା ବିଦେଶ ମନ୍ତ୍ରୀ କହିଥିଲେ। ଯାହା ଦ୍ୱାରା ଦୁଇ ଦେଶଙ୍କ ସମ୍ପର୍କ ସ୍ୱଭାବିକ ହୋଇ ପାରିବ ବୋଲି ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.