Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଚୀନ୍ ଭୂମି ସୀମା ଆଇନ: ବୈଦେଶିକ ମନ୍ତ୍ରାଳୟ କହିଲେ ଭାରତ ବିରୋଧରେ ଜିନ୍‌ପିଙ୍ଗ ସରକାରଙ୍କ ଆଉ ଏକ ନୂଆ ଚାଲ

27/10/2021 at 5:29 PM

ନୂଆଦିଲ୍ଲୀ ୨୭।୧୦: ଭାରତ ବୈଦେଶିକ ମନ୍ତ୍ରାଳୟ ବୁଧବାର ଚୀନ୍‌ର ନୂଆ ଭୂମିସୀମା ଆଇନ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଚୀନ୍‌ର ଏହି  ଆଇନକୁ ମନ୍ତ୍ରାଳୟ ଏକତରଫା ବୋଲି କହିଛନ୍ତି।  ଯାହା ବାସ୍ତବିକ ଚିନ୍ତାଜନକ। ତେବେ ଏହି ଆଇନ ୧୯୬୩ ତଥାକଥିତ ଚୀନ୍-ପାକିସ୍ତାନ ସୀମା ବୁଝାମଣାକୁ ମାନ୍ୟତା ଦେଉ ନାହିଁ। ଯାହାକୁ ଭାରତ ସରକାର ଏପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଭାରତ ସହ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଜାରି ଉତ୍ତେଜନାରେ ଏପରି ଆଇନ ଗୃହୀତ କରି ଚୀନ୍‌ ନୂଆ ଚାଲ ଖେଳିଥିବା ମନ୍ତ୍ରାଳୟ କହିଛନ୍ତି।

ଏହି ଆଇନ ୧ ଜାନୁୟାରୀ ୨୦୨୨ରୁ କାର୍ଯ୍ୟକାରୀ ହେବ। ନିଜ ଦେଶର ସାର୍ବଭୌମତା ଓ ଆଞ୍ଚଳିକ ଅଖଣ୍ଡତା ଲାଗି ଆଇନକୁ ଚୀନ୍‌ ଅହିଂସକ ବୋଲି କହିଛି। ତେବେ ଏହା ପଛରେ  ଭୂମି ଦଖଲ ଉଦ୍ଦେଶ୍ୟକୁ ଚୀନ୍‌ ଚରିତାର୍ଥ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି। ଏବେ ଚୀନ୍‌ ଏହି ନିର୍ଜନ ଅଞ୍ଚଳରେ ଜନବସତୀ କରିବାକୁ ଚାହୁଁଛି। ଯାହା ଦ୍ୱାରା ଅଞ୍ଚଳରେ ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ବାଧିତ କରିବାକୁ ଯାଉଥିବା ବେଳେ ଆାଗମୀ ସମୟରେ ଭାରତ ଲାଗି ବିନାଶକ ସାବ୍ୟସ୍ତ ନ ହେବ ତାହା କହି ହେଉ ନାହିଁ ବୋଲି ମନ୍ତ୍ରାଳୟ କହିଛନ୍ତି।

ଚୀନ୍‌ର ୨୨ ହଜାର ୪୫୭ କିଲୋମିଟର ଦୀର୍ଘ ସୀମା ୧୪ଟି ଦେଶଙ୍କୁ ଲାଗି ରହିଛି। ଏଥିରେ ମଙ୍ଗୋଲିଆ ଓ ଋଷିଆ ଚୀନ୍‌ ସୀମାକୁ ଲାଗି ରହିଥିଲେ ବି ସେମାନଙ୍କ ସହ କୌଣସି ପ୍ରକାରର ବିବାଦ ନାହିଁ। ହେଲେ ଭୁଟ୍ଟାନର ୪୭୭ ଓ ଭାରତର ସୀମାକୁ ନେଇ  ଚୀନ୍‌ ବରାବର ଅଶାନ୍ତି  ସୃଷ୍ଟି କରି ଆସୁଛି। ଏଥିରେ ନୂଆ ଆଇନ ପ୍ରଣୟନ କରି ନିଜର ଏକଛତ୍ରବାଦ ସ୍ଥାପନା କରିବାକୁ ଚାହୁଁଥିବା ପ୍ରମାଣିତ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗତ ୧୭ ମାସ ହେଲା ସୀମାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଏପରି ଆଇନ ଯୋଗୁ ଭଣ୍ଡୁର ହୋଇଯାଇଥିବା ଏବେ କୁହାଯାଉଛି। ନୂଆ ଆଇନ ଯୋଗୁ ଚୀନ୍‌ ତା ସୀମା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ଚାହିଁବ ଓ ସେ ସୀମାରୁ ପଛକୁ ହଟିବା ନେଇ କରୁଥିବା ବାହାନା ଆଇନ ପରେ ହୁଏତ ଆଉ ସମ୍ଭବ ହୋଇ ନପାରେ। ତେବେ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ୍‌ କିପରି ଆଇନ ଗୃହୀତ କଲା ଓ ଏହା ପାରିତ ହେବା ପରେ ଆସନ୍ତା କାଲି କିପରି ଆମେ ବୁଝାମଣାରେ ଉପନୀତ ହୋଇପାରିବା ସେ ନେଇ ଏବେ ଚିନ୍ତା କରିବାର ବେଳ ଆସିଛି।

ଉଲ୍ଲେଖଯୋଗ୍ୟଯେ ଚୀନ୍‌ ନ୍ୟାସନାଲ ପ୍ୟୁପିଲସ୍‌ କଂଗ୍ରେସ (ଏନପିସି) ସ୍ଥାୟୀ କମିଟି ଯେଉଁ ନୂଆ ଆଇନ ପ୍ରଣୟନ କରିଛନ୍ତି ସେହି ଅନୁସାରେ ଚୀନ୍‌ ତା ସୀମାବର୍ତ୍ତି ଅଞ୍ଚଳର ସୁରକ୍ଷା କଡ଼ାକଡ଼ି କରିବ। ସୀମାବର୍ତ୍ତି ଅଞ୍ଚଳରେ ଆର୍ଥିକ ଓ ସାମାଜିକ ବିକାଶ ସାଙ୍ଗକୁ ଭିତ୍ତିଭୂମି ବିକାଶ ମଧ୍ୟ କରିବ। ନାଗରିକଙ୍କ ରହଣୀ ଓ ସମ୍ପୃକ୍ତ କ୍ଷେତ୍ରରେ କାମ କରିବା ଯୋଗୁ ଆର୍ଥିକ ସମେତ ସାମାଜିକ ସାମଞ୍ଜସ୍ୟ ଛିଡା କରିବାକୁ ଚେଷ୍ଟା କରିବ। ଏଥିରୁ ଚୀନ୍‌ର ଆଇନ କେବଳ ଭାରତ ଲାଗି ପ୍ରଣୟନ କରିଥିବା ଓ ଏହାକୁ ସେ ନିଜ ଇଛା ଓ ସର୍ତରେ ସମାଧାନ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି।

   Related Posts