Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଶ୍ରୀଲଙ୍କାରେ ଯୌନ ଶୋଷଣର ଶିକାର ହେଉଛନ୍ତି ମହିଳା ସାମ୍ବାଦିକ! ବ୍ୟାଭିଚାରରୁ ବାଦ ପଡିନି ନ୍ୟୁଜ୍ ରୁମ, ତେଜିଲା #me too ଆନ୍ଦୋଳନ

25/06/2021 at 8:33 PM

କଲମ୍ବୋ : ଶ୍ରୀଲଙ୍କା ସରକାର ଦେଶର ଗଣମାଧ୍ୟମ ସଂସ୍ଥାରେ ଯୌନ ଉତ୍ପିଡ଼ନ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ କିଛି ନାମୀଦାମୀ ସମ୍ପାଦକ ଓ ଶୀର୍ଷ ରାଜନେତାଙ୍କ ନାମ ଥିବାର ଏବେ ଚର୍ଚ୍ଚା ହେଉଛି। ଦୁଷ୍କର୍ମ ଧମକ, ବ୍ୟବସ୍ଥିତ ଦୂରାଚାର ଓ ଯୌନ ଉତ୍ପିଡ଼ନ ସମ୍ପର୍କିତ ଅଭିଯୋଗ ଶୃଙ୍ଖଳାକୁ ନେଇ ଦେଶରେ ବିଳମ୍ବିତ ମିଁ ଠୁ! ଆନ୍ଦୋଳନ ଏବେ ଗଣମାଧ୍ୟମ ସଂସ୍ଥାମାନଙ୍କୁ ଦୋହଲାଇ ଦେଇଛି। ଏଥିରେ ଅନେକ ନ୍ୟୁଜରୁମ ମହିଳା କର୍ମଚାରୀ ସେମାନଙ୍କ ଯନ୍ତ୍ରଣାକୁ ଖୋଲାଖୋଲି ସାର୍ବଜନିକ କରୁଛନ୍ତି।

କଲମ୍ବୋ ଗେଜେଟ୍ ଅନୁସାରେ ମିଡିଆ ମନ୍ତ୍ରୀ କେହଲିଆ ରାମବୁକ୍ୱେ ମହିଳା ସାମ୍ବାଦିକଙ୍କ ଅଭିଯୋଗର ଯାଞ୍ଚ କରିବ ବୋଲି କହିଛନ୍ତି। ପ୍ରସଙ୍ଗରେ ସେ ମହିଳା ସାମ୍ବାଦିକଙ୍କ ସହ ଆଲୋଚନା କରିବେ ଓ ଯଦି ଏଭଳି କୌଣସି ଅଭିଯୋଗ ସାମ୍ନାକୁ ଆସେ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଦକ୍ଷିଣ ଏସିୟ ରାଷ୍ଟ୍ରମାନଙ୍କରେ ଯେତେବେଳେ ମହିଳାମାନେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ସମ୍ପର୍କରେ ଖୋଲା ଖୋଲି ଆଲୋଚନା କଲେ ସେତେବେଳେ ମିଁ ଠୁ ଆନ୍ଦୋଳନ ଆରମ୍ଭ ହୋଇଥିଲା।  ଫଳରେ ବିଭିନ୍ନ ଅଧିକାର ସଙ୍ଗଠନମାନେ ମାମଲାରେ ଚିନ୍ତା କରିବା ସହ ଯାଞ୍ଚ ଲାଗି ପଦକ୍ଷେପ ନେଇଥିଲେ। ଜନୈକ ମହିଳା ସାମ୍ବାଦିକ ସାରା କେଲାପଥ ଗତ ସପ୍ତାହରେ ଟ୍ୱିଟ୍‌ରେ ଏକ ଶୃଙ୍ଖଳା ସେୟାର କରିଥିଲେ। ଯେଉଁଥିରେ ସେ ଶ୍ରୀଲଙ୍କା ଦୈନିକ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ବେଳେ କିପରି ସାଥୀ ପୁରୁଷ କର୍ମଚାରୀମାନେ ତାଙ୍କୁ ଦୁଷ୍କର୍ମ ଧମକ ଦେଉଥିଲେ ତାହା ଏଥିରେ ସେ ସେୟାର କରିଥିଲେ।

   Related Posts