Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସାମାନ୍ୟ ବଚସାରୁ ତଣ୍ଟି ଚିପି ହତ୍ୟା, ହତ୍ୟାକାରୀକୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକ

3/09/2019 at 10:38 PM

ରାୟଗଡା ୩।୯- ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାଣ୍ଡିପୁର ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ଦୁଇ ଜଣ ମଧ୍ୟରେ ସାମାନ୍ୟ ଵଚସାରୁ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ଵ୍ୟକ୍ତି ଜଣକ ହେଲେ ଶାନ୍ତି ନଗର ଗ୍ରାମର ଅର୍ଜୁନ କଣ୍ଡାଗରି(୨୩)।

ମଙ୍ଗଳବାର ସନ୍ଧ୍ୟା ସମୟରେ ଅର୍ଜୁନ ତାଣ୍ଡିପୁରକୁ ଯାଇଥିଲେ। ସେଠାରେ ଜଣେ ଯୁବକ ସହିତ ତାଙ୍କର ଵଚସା ଓ ଗଣ୍ଡଗୋଳ ହୋଇଥିଲା। ଉକ୍ତ ଯୁବକ ଜଣକ ଅର୍ଜୁନଙ୍କୁ ଆକ୍ରମଣ କରି ତଣ୍ଟି ଚିପି ହତ୍ୟା କରିଥିଲେ।

ଏହାପରେ ଶଵକୁ ରାସ୍ତା କଡରେ ଫିଙ୍ଗି ଦେଇଥିଲେ। ହତ୍ୟାକାରୀକୁ  ଗ୍ରାମବାସୀ ଧରି ପ୍ରଥମେ ଖୁଣ୍ଟରେ ଵାନ୍ଧି, ମାଡ ମାରିଥିଲେ। ପରେ ପୁଲିସ ପହଞ୍ଚି ତାକୁ ଧରିଛି। ହତ୍ୟାକାରୀ ବିଜୁ ବୋଲି ଜଣାପଡିଛି। ତାକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

   Related Posts