କଟକ ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କୁ କଂଗ୍ରେସ ଟିକଟ ମିଳିବା ପକ୍କା !

Published By : Prameya-News7 Bureau | March 13, 2019 IST

କଟକ ୧୩|୩ (କିରଣ କାନୁନଗୋ):ନୂଆ ଓସମୃଦ୍ଧ କଟକ ଗଢିବା ସଂକଳ୍ପ ନେଇ କଟକରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଯୋରଦାର କରିଛି।ବିଭିନ୍ନ ସାହି ବୁଲି କଟକ ନଗର କଂଗ୍ରେସ ସଭାପତି ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଏଥର ନିଶ୍ଚୟ ପରିବର୍ତ୍ତନ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ ।ତେବେ ନିର୍ବାଚନ ସମୟରେ ନେତାଙ୍କ ଦେଖା ମିଳୁଛି ସତ ହେଲେ ଏ ଯାଏଁ ସହରର ସମସ୍ୟାର ସମାଧନ ହେଉ ନାହିଁ ବୋଲି ମତ୍ତ ରଖିଛନ୍ତି ବୁଦ୍ଧିଜିବୀ । ଏପଟେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । କିନ୍ତୁ ମହମ୍ମଦ ମୋକିମଙ୍କ ପ୍ରଚାର ଦେଖିଲେ ଲାଗୁଛି ତାଙ୍କ ଟିକେଟ ପକ୍କା ।

{"id":93279,"width":589,"height":442}

ନିର୍ବାଚନ ତାରିଖ ଘୋଷଣା ପରେ ବାରବାଟୀ କଟକ ଆସନେ ପ୍ରଚାରକୁ ଯୋରଦାର କରିଛି କଂଗ୍ରେସ….କଂଗ୍ରେସର ବିଧାୟକ ପ୍ରାର୍ଥୀ ମହମ୍ମଦୋ ମୋକିମ ପ୍ରତ୍ୟକ ସଂଧ୍ୟାରେ ବିଭିନ୍ନ ସାହି ସାହି ବୁଲିବା ସହ ବୌଠକ କରୁଥିବା ଦେଖିବାକୁ ମିଳୁଛି । ନୂଆ ଓ  ସମୃଦ୍ଧ କଟକ ଗଢିବା ସଂକଳ୍ପ ନେଇ କଂଗ୍ରେସ ନିର୍ବାତନୀ ମଇଦାନକୁ ଓହ୍ଲାଇଥିବା କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ । ଏଥିସହ ଆସନ୍ତା ନିର୍ବାଚନରେ ବାରାବଟୀ କଟକରେ କଂଗ୍ରେସକୁ ଜମସାଧାରଣ ସମର୍ଥନ ଦେଉଛନ୍ତି ଆଉ କଂଗ୍ରେସ ନିଶ୍ଚୟ ବିଜୟ ଲାଭ କରିବ ବୋଲି କହିଛନ୍ତି ମୋକିମ । ତେବେ ବାରବାଟୀ-କଟକରେ କଂଗ୍ରେସ ବିଜୟୀ ହେଲେ ସହରର ଥିବା ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ନିର୍ବାଚନୀ ପ୍ରଚାରରେ ପ୍ରତିଶୃତି ଦେଇଛନ୍ତି ମହମ୍ମଦ ମୋକିମ ।

{"id":93281}

ତେବେ ନିର୍ବାଚନ ଆସିଲେ ନେତା ଆସିଥାନ୍ତି ଜନତାଙ୍କ ପାଖକୁ…ଏକଥା କହିଛନ୍ତି ଖୋଦ ଭୋଟର…ହେଲେ ନିର୍ବାଚନ ପରେ ଦେଖା ମିଳି ନଥାଏ ବୋଲି କହିଛନ୍ତି ।ବିଗତ ଦିନରେ ଏହି ଆସନରେ ଶାସକ ଦଳ ବିଜୟୀ ଲାଭ କରିଥିବା ବେଳେ ଆହୁରି ଅନେକ ସମସ୍ୟା ଘେରରେ କଟକ ବାସୀ ଅଛନ୍ତି ବୋଲି ମତ୍ତ ଦେଇଛନ୍ତି ବୁଦ୍ଧିଜିବୀ…ତେବେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଦେଖି ଭୋଟ ଦେବେ ବୋଲି କହିଛନ୍ତି କଟକର ସଚେତନ ଭୋଟର ।

{"id":93282,"width":586,"height":461}

ଗ୍ରୀଷ୍ମର ତାତି ଯେତିକି ବଢୁଛି ନିର୍ବାଚାନୀ ତାତି ବି ସେତିକି ବଢୁଛି,ସେଥିପାଇଁ ବାରାବଟୀ –କଟକରେ ଏଥର ପରିବର୍ତ୍ତ ଆଣିବା ପାଇଁ କଂଗ୍ରେସ ଜୋର ଦାର ପ୍ରୟାସ ଯାରି ରଖିଛି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.