Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାଳଚେର ଏମସିଏଲର ଟିପ୍ପର ଏବଂ ଟ୍ରକ୍ ଡ୍ରାଇଭରଙ୍କ ଆନ୍ଦୋଳନ

26/08/2018 at 2:40 AM

ଅନୁଗୋଳ ୨୬/୮ : ତାଳଚେର ଏମସିଏଲରେ ଲାଗିଥିବା ଟିପ୍ପର ଏବଂ ଟ୍ରକ୍ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଖଣିରୁ କୋଇଲା ଉତ୍ପାଦନ ଏବଂ ପରିବହନ ବନ୍ଦ ରହିଛି । ଫଳରେ ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି, ଟିଟିପିଏସ ଏବଂ ନାଲକୋକୁ କୋଇଲା ଯୋଗାଣ ହୋଇ ପାରୁନି । ଧର୍ମଘଟ ଯୋଗୁଁ ତାଳଚେରର ଲିଙ୍ଗରାଜ, ଭୁବନେଶ୍ବରୀ, ଅନନ୍ତ, ହିଙ୍ଗୁଳା, ବଳରାମ, ଭରତପୁର ଏବଂ କଣିହାଁ ମାଇନ୍ସ ପ୍ରଭାବିତ ହୋଇଛି । ଡ୍ରାଇଭର ଏବଂ ହେଲ୍ପର ମାନଙ୍କର ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି।

   Related Posts